ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଥାନା ଛକ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷ ରୁ କୁଶ ପୁତ୍ତଳିକା ଦାହ କରିଛନ୍ତି। ବିଶେଷ କରି ରାହୁଲ ଗାନ୍ଧୀ ଏବଂ ରାଜ୍ୟ ସଭାପତି ଭକ୍ତ ଚରଣ ଦାଶ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ନାରୀ ଦୂର୍ଷ୍କମ୍ ଅଭିଯୋଗ ବିରୁଦ୍ଧ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାହୁଲ ଗାନ୍ଧୀ ଏବଂ ଭକ୍ତ ଚରଣ ଦାଶ ଙ୍କ ଦଳୀୟ ପଦବୀ ରୁ ଇସ୍ତଫା ଦାବୀ କରିଛନ୍ତି। ନାରୀଙ୍କ ପ୍ରତି ଅସମ୍ମାନ ଏବଂ ନିର୍ଯ୍ୟାତନା ରେ କଂଗ୍ରେସ ଦଳ ବହୁ ଆଗରେ ଥିବା ବେଳେ ନାରୀଙ୍କ ପ୍ରତି ସୁରକ୍ଷା କଥା କହୁଥିବା ପ୍ରହସନ ଅଟେ ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଜ୍ଞାନ ରଞ୍ଜନ ମେଘ ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ମଣ୍ଡଳ ସଭାପତି ଜୟରାମ କୈବର୍ତ୍ତ, ସୌମ୍ୟ ସିଂ, ଗୌର ବାରିକ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅଜିତ୍ କିଶୋର ଚଲାନ, ସୁନିଲ ନାଗ ସହ ବହୁ ଯୁବ ମୋର୍ଚ୍ଚା କର୍ମୀ ସାମିଲ ହୋଇଥିଲେ।
