
ଦୁର୍ଘଟଣାରେ ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା
ବୌଦ୍ଧ, : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗଣ୍ଡିସର ( ବାରପୁଡା ଛକ ) ଠାରେ ଗତ ମଇ ୨୭ ତାରିଖ ଦିନ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏକ ଆଦିବାସୀ ପରିବାରର ବାପ ଝିଅଙ୍କ ମୃତ୍ୟୁ ହୋଇଥିଲା । ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ ପତ୍ନୀ ଓ ଛୋଟ ଛୋଟ ୩ ଝିଅକୁ ନେଇ ଶଳା ବାହାଘର ସାରି ନିଜ ଘରକୁ ବାଇକ ଯୋଗେ ଫେରୁଥିବାବେଳେ ବାରପୁଡାଛକ ଠାରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଘଟଣା ସ୍ଥଳରେ ଗଜେନ୍ଦ୍ର ଓ ତାଙ୍କ ୬ ବର୍ଷର ଝିଅ ଲିପସା ର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା ରାଶି ଚରିଆପାଲି ଗ୍ରାମର ମୃତକ ଗଜେନ୍ଦ୍ର ମଲ୍ଲିକଙ୍କ ପରିବାରକୁ ପ୍ରଦାନ କରାଯାଇଛି । ଏହି ଚେକ କୁ ମୃତକ ଙ୍କ ପତ୍ନୀ ପୁଷ୍ପାଞ୍ଜଳି ମଲ୍ଲିକ ଗ୍ରହଣ କରିଥିଲେ l ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ,ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ଓ କୁମଦଚନ୍ଦ୍ର ଦଳବେହେରା ଚରିଆପାଲିରେ ପହଞ୍ଚି ଏହି ସହାୟତା ରାଶିର ଚେକ୍ ପ୍ରଦାନ କରିଥିବା ଜଣାଯାଇଛି ।