*ଖଡ଼ିଆଳ ବ୍ଲକ ଛକ ଦୁର୍ଗା ପୂଜା ମଣ୍ଡପରେ ଷଷ୍ଠୀ କଳ୍ପ ପୂଜା ସହ ଆରମ୍ଭ ହେଲା ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା।*
ନୂଆପଡା( ମିଖାଏଲ ନନ୍ଦ)
ତା:୧୭/୧୦/୨୬.
ଖଡ଼ିଆଳ ଠାରେ ବ୍ଲକ ଛକ ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷ ରୁ ନୂତନ ପୂଜା ମଣ୍ଡପ ରେ ଷଷ୍ଠୀ କଳ୍ପ ପୂଜା ଆରମ୍ଭ, ଉତ୍ସାହିତ ରୂପେ ଜଗତ ଜନନୀ ମାଁ ଦୂର୍ଗାଙ୍କ ପୂଜା ଷୋଡ଼ଶ ଉପଚାରରେ ଅନୁଷ୍ଠିତ। ଆଜି ପୂଜକ ବିଜୟ ମହାପାତ୍ର ତାଙ୍କ ପୂଜକ ମଣ୍ଡଳୀ ସହ ପୂଜା କାର୍ଯ୍ୟ ଆରମ୍ଭ କରିଥିବା ବେଳେ କର୍ତ୍ତା ରୂପେ ଶ୍ରୀଗୋପାଳ ଅଗ୍ରୱାଲ ସବିତା ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହି ପୁଜ ପରିକଳ୍ପା ଜଗତ ଜନନୀ ମା ଦୁର୍ଗାଙ୍କ ଆଶିଷ ରେ ସମ୍ଭବ ହୋଇଅଛି। ମାତ୍ର ୯ ଦିନ ପୂର୍ବରୁ ପୂଜା ମଣ୍ଡପ କରିବା କଳ୍ପନା କରି ଆଜି ପୂଜା ଆରମ୍ଭ ହେବା ଏକ ବିଚିତ୍ର ଅନୁଭବ। ଆସନ୍ତା କାଲି ମା ଙ୍କ ମହା ସପ୍ତମୀ ପୂଜା ହେବା ସହ ଅଷ୍ଟମୀ, ନବମୀ ଏବଂ ପବିତ୍ର ବିଜୟା ଦଶମୀ ପୂଜା ଅନୁଷ୍ଠିତ ହେବ। ୨୨ ତାରିଖ ଦିନ ଭସାଣି ଉତ୍ସବ ଅନୁଷ୍ଠିତ ହେବା ନେଇ କମିଟି ନିଷ୍ପତ୍ତି ନେଇଛନ୍ତି। କମିଟି ସଭାପତି ବିନୋଦ ବିହାରୀ ପାଢ଼ୀ ମଧ୍ୟ ଅନେକ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
