*ନୂଆପଡ଼ା ଜିଲ୍ଲାଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡିଆ ଠାରେ ଫୁଟବଲ୍ ମହାକୁମ୍ଭ -୨୦୨୬ ଉଦଯାପିତ, ଫାଇନାଲ ଖେଳ ଖଡ଼ିଆଳ ଓ ବୋଡେନ ମଧ୍ୟରେ ଅନୁଷ୍ଠିତ। ମୁଖ୍ୟଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ କବାଡି ଓ ଫୁଟବଲ ତାଲିମ କେନ୍ଦ୍ର ପାଇ ଦାବୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୦/୧୦.
ନୂଆପଡ଼ା ଜିଲ୍ଲାର ପରିଚିତ ଖେଳ ଫୁଟବଲ୍ କୁ ମାନ୍ୟତା ଦେବାକୁ ଖଡ଼ିଆଳ ବିଧାୟକ ଦାବୀ, ଜିଲ୍ଲାର ଅଧ୍ୟାରୁ ଅଧିକ ଗ୍ରାମ ପଞ୍ଚାୟତ ରେ ଫୁଟବଲ୍ ଖେଲନ୍ତି। ଆଜି ଫୁଟବଲ୍ ମହାକୁମ୍ଭ ୨୦୨୬ ଉଦଯାପିତ ହୋଇଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟକ ଦର୍ଶକ ଫୁଟବଲ ଖେଳ ଆନନ୍ଦ ନେଇଥିଲେ। ଆଜି ଫାଇନାଲ ଦିନ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ଯୋଗ ଦେଇ ନୂଆପଡ଼ା ଜିଲ୍ଲାରେ ଫୁଟବଲ୍ ଓ କବାଡି ଖେଳର ତାଲିମ କେନ୍ଦ୍ର ସ୍ଥାପନା ପାଇଁ ସରକରଙ୍କୁ ଦାବି କରିବେ ବୋଲି କହିଥିଲେ। ସଭାରେ ଫୁଟବଲ୍ ସଂଘ ସଭାପତି ଭୈରବ ସାହୁ,ସମ୍ପାଦକ ପ୍ରକାଶ ସାହୁ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ପ୍ରମୁଖ ଯୋଗ ଦେଇଥିଲେ। ଖଡ଼ିଆଳ ଓ ବୋଡ଼େନ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା। ଖଡ଼ିଆଳ ପେନାଲ୍ଟିକ ରେ ୪-୩ ଗୋଲ ରେ ବିଜୟୀ ହୋଇଅଛି। ଆୟୋଜନ କମିଟି,ସଭାପତି ସନ୍ତୋଷ ପଟ୍ଟନାୟକ, ସମ୍ପାଦକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଖଡ଼ିଆଳ ଦର୍ଶକଙ୍କୁ ଅନେକ ସାଧୁବାଦ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
