*ହୋଲି ହୋମ୍ ବୃଦ୍ଧାଶ୍ରମରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳନ*
ନୂଆପଡା( ମିଖାଏଲ ନନ୍ଦ)
ତା: ୦୧/୧୦/୨୦୨୬
ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ସିନାପାଲି ସ୍ଥିତ ହୋଲି ହୋମ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବୃଦ୍ଧାଶ୍ରମର କର୍ମଚାରୀଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ନାଲ୍ସା (ବରିଷ୍ଠ ନାଗରିକଙ୍କୁ ଆଇନ ସହାୟତା) ଯୋଜନା, ୨୦୧୬, ପିତା ମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ, ୨୦୦୭, ବରିଷ୍ଠ ନାଗରିକଙ୍କ ଅଧିକାର ରକ୍ଷା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଗଣା ଆଇନ ସେବା, ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା, ବୟସ୍କଙ୍କ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସେବା କାର୍ଯକ୍ରମ ଇତ୍ୟାଦି ବିଷୟରେ ଉପସ୍ଥିତ ଆଶ୍ରମର ଅଧିବାସୀ ଓ ଜନସାଧାରଣଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଫଳ ବଣ୍ଟନ କରାଯାଇଥିଲା l
