ସ୍ୱଚ୍ଛତା ହିଁ ସେବା-୨୦୨୬ ଅଭିଯାନରେ ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର।
ବାଲିଗୁଡ଼ା: (ନି.ପ୍ର )୧/୧୦ “ସ୍ୱଚ୍ଛତା ହିଁ ସେବା-୨୦୨୬” ଅଭିଯାନ ଅବସରରେ ଆୟୋଜିତ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର ସାମିଲ ହୋଇଥିଲେ। ସେ ଅଭିଯାନରେ ଯୋଗଦେଇ ମହିଳା ଓ ପୁରୁଷମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟ ପାଇଁ ଉତ୍ସାହିତ କରିଥିଲେ। ହାତରେ ଝାଡ଼ୁ ଧରି ଅଂଶଗ୍ରହଣକାରୀମାନେ ସ୍ୱଚ୍ଛତାର ବାର୍ତ୍ତା ଦେବା ସହ ସାଧାରଣ ଲୋକଙ୍କୁ ପରିବେଶ ପରିଚ୍ଛନ୍ନ ରଖିବା ନେଇ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ମହିଳା ଓ ପୁରୁଷଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ସୁରେନ୍ଦ୍ର ପାତ୍ରଙ୍କ ଉପସ୍ଥିତି ଓ ଉତ୍ସାହବର୍ଦ୍ଧନରେ ଅଭିଯାନରେ ସାମିଲ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିଲା। ସ୍ୱଚ୍ଛ ପରିବେଶ ଗଠନ ପାଇଁ ସମସ୍ତେ ମିଳିତ ଭାବେ ନିଜ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦିଆଯାଇଥିଲା।
