ବେକରେ ଛୁରୀ ଲଗେଇ ଘରୁ ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା, ଓ ନଗଦ ଟଙ୍କା
ନିହଲପ୍ରସାଦ (ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଲମାଳିଆ ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା। ଗ୍ରାମର ଭରତ ସେନାପତିଙ୍କ ପତ୍ନୀ ଦିପ୍ତିମୟୀ ସେନାପତି ଙ୍କ ବେକରେ ଛୁରୀ ଲଗାଇ ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଶୁନାଗହଣା ଏଵଂ ନଗଦ ଦୁଇଲକ୍ଷ ଟଙ୍କା। ସୂଚନାରୁ ଜଣାପଡିଛି ଘରେ ପୁରୁଷ ଲୋକ ଅନୁପସ୍ଥିତ ଥିବା ବେଳେ, ଘରେ କେବଳ ମା ସୁମିତ୍ରା ସେନାପତି, ସାନବୋହୁ ଦିପ୍ତିମୟୀ ସେନାପତି ଏଵଂ ଭଣଜା ପପୁ ସେନାପତି ଘରେ ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ଘର ପଛପଟ ଗେଟ ରାସ୍ତା ଦେଇ ପଶିଥିଲେ ୬ଜଣ ଦୃବୃତ୍ତ। ପ୍ରଥମେ ଦୁଇ ମହିଳାଙ୍କୁ କାବୁକରୀ ରୋଷେଇ ଘରେ ବନ୍ଦ କରିଥିବା ବେଳେ ଉପର ଘରୁ ପପୁଙ୍କ ବେକରେ ମାରଣାସ୍ତ୍ର ଲଗାଇ ତାଙ୍କୁ ମଧ୍ୟ ରୋଷେଇ ଘରେ ବନ୍ଦ କରିଦେଇଥିଲେ। ପରେ ଶୋଇବା ଘରେ ଥିବା ଆଲମାରୀ ଭାଙ୍ଗି ଭିତରୁ ଶୁନାଗହଣା ସହିତ ନଗଦ ଦୁଇଲକ୍ଷ ଟଙ୍କା ଲୁଟି ନେଇ ସେଠାରୁ ଚମ୍ପଟ ମାରିଥିଲେ। ଦୃବୃତ୍ତ ଆଣିଥିବା ଗୋଟିଏ ପଥର ଖୋଳା ପାଇଁ ବ୍ୟବହୃତ ଏକ ଲୁହାରଡ଼ ଏଵଂ ଗୋଟିଏ ହେଲମେଟ ଛାଡି ପଳାଇ ଯାଇଛନ୍ତି। ଖବର ପାଇ ଶରତ ସେନାପତି ଓ ଭାରତ ସେନାପତି ଦୁଇଭାଇ ଘରେ ପହଞ୍ଚି ନିହଲପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ନିହଲପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୃବୃତ୍ତ ଙ୍କୁ ଆଗରୁ କେଉଁଠାରେ ଦେଖିଥିବା କହିଛନ୍ତି ପରିବାର ସଦସ୍ୟ। ଘଟଣାଟି ଅତି ସମ୍ବେଦନଶିଳ ହୋଇଥିବା କାରଣରୁ ଅଧିକ ତଦନ୍ତ ପାଇଁ ଜିଲ୍ଲା ସାଇଣ୍ଟିଫିକ ଟିମ ର ସାହାଯ୍ୟ ନେଇଥିବା ଦେଖୁବାକୁ ମିଳିଛି। ଗ୍ରାମରେ ଏହା ପ୍ରଥମ ଚୋରି ହୋଇଥିବା କାରଣରୁ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।
