
କେନ୍ଦେଇପୋଷି ରେ ଗୁଳିକାଣ୍ଡ ବ୍ୟବସାୟୀ ମୃତ
—————————————————-
ପାଟଣା –କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ,ତୁରୁମୁଁଗା ଥାନା ଅଂଚଳ କେନ୍ଦେଇପୋଷି ହନୁମାନ ଛକ,ନିକଟରେ କାଲି ରାତି ସାଢେ ଦଶଟା ବେଳେ ଛକି ବସିଥିବା ଡକାୟତ ଦଳ ଭୁଜାଲି, ଏବଂ ଗୁଳି ମାରି ଏହି ଘଟଣା ଘଟଇଛନ୍ତି |ଘଟଣା ଅନୁସାରେ ତ୍ରିଲୋଚନ ମହାନ୍ତ କେନ୍ଦେଇ ପୋଷି ବଜାର ରେ “ଜନ ସେବା କେନ୍ଦ୍ର “ଖୋଲି ଥିଲେ ପ୍ରତି ଦିନ ରାତି ଦଶ ଟା ପରେ ଦୋକାନ ବନ୍ଦ କରି ପାଟଣା କୁ ଯାନ୍ତି,ପୂର୍ଵ ରୁ କୌଣସି ବ୍ୟକ୍ତି ଆଗରୁ ଜାଣି ଥିବା ନେଇ ସନ୍ଦେହ ହେଉଛି, ଦୋକାନ ବନ୍ଦ କରି ପଇସା ନେଇ ଘରକୁ ଫେରିବା ଘଟଣା ପାଇଁ ଏହି ସବୁ ଘଟଣା ହୋଇ ଥିବା ସନ୍ଦେହ କରା ଯାଉଛି, ଏହି ଘଟଣା କୁ ନେଇ ଅଂଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗ୍ରାମ ବାସି କହିବା ଅନୁସାରେ ସେ ଜଣେ ଭଦ୍ର ବ୍ୟକ୍ତି ଥିଲେ ତାଙ୍କର କୌଣସି ବ୍ୟକ୍ତି ଙ୍କ ଶତ୍ରୁତା ନ ଥିଲା,ତାଙ୍କ ସ୍ତ୍ରୀ ପାଟଣା ଥାନା ରେ କନେଷ୍ଟବଳ ପୋଲିସ କର୍ମୀ ଅଛନ୍ତି,ଆଜି ସକାଳୁ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଉପସ୍ଥିତ ସହିତ କେନ୍ଦୁଝର ସାଇଣ୍ଟି ଫିକ ଟିମ ତଦନ୍ତ କରୁଛନ୍ତି,, କାଲି ରାତିରେ ଏହି ଘଟଣା ଘଟିବା ପରେ କେନ୍ଦୁଝର ହସ୍ପିଟାଲ କୁ ନେବା ବାଟରେ ମୃତ୍ୟୁ ହୋଇ ଥିଲା,, ଘଟଣା ସ୍ଥଳରେ ଦୁଇ ଜୀବନ୍ତ ଗୁଳି, ଘଣ୍ଟା,ସ୍କୁଟି,ହେଲମେଟ ଉଦ୍ଧାର ହୋଇ ଥିବା ବେଳେ ତାଙ୍କ ଦେହରେ ତିନି ଟି ଗୁଳି ବାଜିଛି, କେନ୍ଦୁଝର ପାଟଣା ରୁ ଦୀନବନ୍ଧୁ ମିଶ୍ର |
