ବିଶ୍ଵ କର୍ମା ପୁଜା ଦେଖିବାକୁ ଯିବା ବେଳ ଦୁର୍ଘଟଣା
ବଅଁରପାଳ: ବିଶ୍ଵ କର୍ମା ପୂଜା ଦେଖିବାକୁ ଯିବା ବେଳ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୫୫ ନମ୍ବର ଜାତୀୟ ରାଜପଥର ନୁଆହତା ନିକଟରେ ଏକ ହାଇୱା ଧକ୍କା ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଲେ କେନ୍ଦୁଝରର ସୁମିତ୍ରା ମହନ୍ତ ।ତାଙ୍କ ସହ ଥିବା ଇରା ଦୁଆରୀ ଓ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଛନ୍ତି।ଦୁହେଁ ସାମଲ ହସ୍ପିଟାଲରେ ଷ୍ଟାପ ନର୍ସ ଭାବେ କାମ କରୁଥିଲେ ଡିୟୁଟି ସାରି ନାଲକୋ ନଗରର ବିଶ୍ଵ କର୍ମା ପୂଜା ଦେଖିବାକୁ ଯାଉଥିବା ବେଳେ ଓଡି ୧୪ୟୁ ୭୨୦୭ ନମ୍ବର ହାଇୱ ଟି ତାଙ୍କୁ ଧକ୍କା ଦେଇଥିଲା । ପୋଲିସ ହାଇୱାଟି ଜବତ କରିବା ସହ ଚାଳକକୁ କାବୁ କରିଛି । ଘଟଣାର ତଦନ୍ତ ଜାରି ରହିଛି।
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
