*ଯଶ୍ଵସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76 ତମ ଜନ୍ମଦିବସ ରେ ମହିମା ଗାଦିରେ ଅଖଣ୍ଡ ଦୀପ ଲଗାଇ ତାଙ୍କର ଦୀର୍ଘାୟୁ କାମନା କରାଯାଇଛି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )ଗଁନ୍ଦିଆ ବ୍ଲକ ଯୋରନ୍ଦା ମହିମାଗାଦିରେ ସାଧୁ ସନ୍ଥ ଓ ବିଜେପି କାର୍ଯ୍ୟକର୍ତ୍ତା ମାନେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 76 ତମ ଜନ୍ମଦିନ ଅବସରରେ ମହିମାଗାଦିରେ ଅଖଣ୍ଡ ଦୀପ ଲଗାଇ ବାବା ରଘୁନାଥ ଦାସ, ବାବା ଅବିନାଶ ଦାସ,ବାବା ସୁଶାନ୍ତ ଦାସ, ଓ ସମସ୍ତ ସାଧୁ ମହିମା ଅଲେଖ ଧୋନୀରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ ର କାମନା କରିଥିଲେ l ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ମହିମା ମଣ୍ଡଳ କରମୂଳ ଗ୍ରାମର ପ୍ରସିଦ୍ଧ ଦୌଡେଶ୍ୱର ଶୈବ ପୀଠରେ 108 ଦୀପ ପ୍ରଜ୍ୟୋଳନ କରାଯିବା ସହିତ ମନ୍ଦିର ପରିସରରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା l ଏଥିରେ ବରିଷ୍ଠ ନେତୃଵୁନ୍ଦ ଓ ସମସ୍ତ କାର୍ଯ୍ୟକର୍ତ୍ତା ସହିତ ଆଖ ପାଖ ଗ୍ରାମର ବୁଦ୍ଧିଯିବିମାନେ ଭାଗନେଇ ମୋଦିଜୀଙ୍କ ସୁସ୍ଥ ଦୀର୍ଘାୟୁ ନିରାମୟ ଜୀବନ ପାଇଁ ଦେବାଧିଦେବ ମହାଦେବଙ୍କ ପାଖରେ ଶୁଭକାମନା ଜଣାଇଥିଲେ, ପ୍ରତ୍ୟେକ ଦୀପର ଆଲୋକରେ ରହିଥିଲା ଦେଶର ସେବାପାଇଁ ତାଙ୍କ ନିରନ୍ତନ ପ୍ରୟାସ ପ୍ରତି ଶ୍ରଦ୍ଧା ଓ ଦୀର୍ଘାୟୁ ପାଇଁ ମଙ୍ଗଳ କାମନା l ଏହି କାର୍ଯ୍ୟକ୍ରମ ଟିକୁ ସୂଚାରରୂପେ ତୁଲାଇବାକୁ ସହଯୋଗ କରିଥିଲେ ମଣ୍ଡଳ ସଭାପତି ପ୍ରତାପ ନାଥ, ଜିଲ୍ଲା ସମ୍ପାଦକ ଅମ୍ବିକା ମିଶ୍ର, ନାରୀନେତ୍ରୀ ମମତା ସ୍ୱାଇଁ, ସୁରେଶ, ସମର, ସୁଦର୍ଶନ,ଲକ୍ଷ୍ମଣ, ପିଣ୍ଟୁ, କାରଣ, ସୁଧାକର ଓ ସମସ୍ତ ବିଜେପି କର୍ମୀ ମାନେ l
