୧୧୦୦ ଦୀପରେ ଆଲୋକିତ ମାଥିଲି ପଞ୍ଚାୟତ
‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ର ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଶୁଭାରମ୍ଭ
ମାଥିଲି ନିପ୍ର: ମାଥିଲି ରାମ ମନ୍ଦିର ପ୍ରାଙ୍ଗଣ ରେ ‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ର ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି ଅବସରରେ ୧୧୦୦ଟି ଦୀପ ପ୍ରଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରାଯାଇଥିବା ଦେଖିବାକୁ ମିଳିଛି।
ଏହି କାର୍ଯ୍ୟକ୍ରମରେ ମାଥିଲି ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ମହେଶ ପ୍ରସାଦ ବାକ, ବିଡିଓ ପ୍ରମୋଦ କୁମାର ବେହେରାଙ୍କ ସମେତ ମାଥିଲି ବ୍ଲକ୍ର ସିଡ଼ିପିଓ ଓ ସମସ୍ତ ସୁପର ସୁପରଭାଇଜର୍ ମାଥିଲି ଯୁବ ନେତା ଶ୍ରୀକାନ୍ତ ଚୌଧୁରୀ, କୁନାଲ ମିଶ୍ର, ବନମାଳୀ ବରଜା, ସନ୍ତୋଷିନୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ।
ଦୀପ ପ୍ରଜ୍ୱଳନ ମାଧ୍ୟମରେ ଦେଶର ନେତୃତ୍ୱ ପ୍ରତି ଶୁଭକାମନା ଓ ଆଶୀର୍ବାଦ ଜଣାଇବା ସହ ‘ସେବା ସଙ୍କଳ୍ପ’ର ବାର୍ତ୍ତା ଦିଆଯାଇଥିଲା। ୧୧୦୦ ଦୀପର ଆଲୋକରେ କାର୍ଯ୍ୟକ୍ରମସ୍ଥଳ ଉଜ୍ଜ୍ୱଳ ହୋଇଉଠିଥିଲା।
