ମାଥିଲିରେ ଗଜାନନଙ୍କ ଆରାଧନା, ଧୁମ୍ଧାମ୍ରେ ଚାଲିଛି ପୂଜାର୍ଚ୍ଚନା
ବିଭିନ୍ନ ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼, ଭକ୍ତିମୟ ପରିବେଶରେ ଉତ୍ସବର ମାହୋଲ
ମାଥିଲି: ମାଥିଲିର ବିଭିନ୍ନ ସ୍ଥାନରେ ଗଜାନନଙ୍କ ପୂଜା ଅତ୍ୟନ୍ତ ଧୁମ୍ଧାମ୍ରେ ପାଳିତ ହେଉଛି। ଗଣେଶ ଚତୁର୍ଥୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ଆକର୍ଷଣୀୟ ସାଜସଜ୍ଜା ସହ ଗଜାନନଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି।
ସକାଳୁଠାରୁ ପୂଜାମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗିରହୁଛି। ଧୂପ, ଦୀପ ଓ ମନ୍ତ୍ରୋଚ୍ଚାରଣରେ ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି ।
ଗଜାନନଙ୍କ ଦର୍ଶନ ପାଇଁ ଛୋଟଠାରୁ ବଡ଼ ସମସ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ପୂଜାକୁ ନେଇ ମାଥିଲି ସହର ଓ ଆଖପାଖ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
ମାଥିଲି ବ୍ଲକ ରୁ ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର
