ବଡ଼ସାହି – (ଅଜିତ ମାହାର୍ଣ୍ଣା) : ଓଡିଶା ଡ୍ରାଇଭର ମହାସଂଘ, ବଡ଼ସାହି ତରଫରୁ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ସାତ ଦଫା ଦାବୀ ସମ୍ବୋଳିତ ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି. ଦାବୀ ଗୁଡିକ ମଧ୍ୟରେ ଓଡିଶା ମୋଟର ଟ୍ରାନ୍ସପୋର୍ଟ ଡ୍ରାଇଭର ଏବଂ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରିବା, ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା, ବୃତ୍ତିଗତ ଡ୍ରାଇଭରଙ୍କୁ ଷାଠିଏ ବର୍ଷ ପରେ ଭତ୍ତା ପ୍ରଦାନ, ଶହେ କିଲୋମିଟର ବ୍ୟବଧାନରେ ଗାଡ଼ି ପାର୍କିଂ ବ୍ୟବସ୍ଥା ସହିତ ଡ୍ରାଇଭରଙ୍କ ବିଶ୍ରାମ ଓ ଶୌଚାଳୟ ବ୍ୟବସ୍ଥା କରାଇବା,ଓଡିଶାରେ ଥିବା ଖଣି ଖାଦାନ ଓ କାରଖାନା ମାନଙ୍କରେ କର୍ମ ନିଯୁକ୍ତିରେ ସତୁରି ପ୍ରତିଶତ ଅଗ୍ରାଧିକାର ବ୍ୟବସ୍ଥା,ସେପ୍ଟେମ୍ବର ଏକ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ଭାବେ ଘୋଷଣା ଓ ଗାଡ଼ିର କାଗଜ ପତ୍ର ଯାଞ୍ଚ ପ୍ରକ୍ରିୟା ପୁଲିସ ମୁକ୍ତ ହେବା ଦାବୀ ଅନ୍ତର୍ଭୁକ୍ତ.ଏହି ଅବସରରେ ବଡ଼ସାହି ଡ୍ରାଇଭର ସଙ୍ଘ ତରଫରୁ ବଡ଼ସାହି ବ୍ଲକ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ସଭାର ଆୟୋଜନ ହୋଇଥିଲା.ବଡ଼ସାହି ଅଞ୍ଚଳରେ କେବଳ 108,ଆମ୍ବୁଲାନ୍ସ ଓ ସ୍କୁଲ ଗାଡ଼ି ବ୍ୟତୀତ ପ୍ରାୟ ସମସ୍ତ ବସ, ଟ୍ରକ ଇତ୍ୟାଦି ସବୁ ପ୍ରକାର ଗାଡ଼ି ଚଳା ଚଳ ବନ୍ଦ ଥିଲା.ଯଥେଷ୍ଟ ପୂର୍ବରୁ ଧର୍ମଘଟ ସମ୍ପର୍କରେ ମାନ୍ୟବର ବିଧାୟକଙ୍କ ସମେତ ତହସିଲଦାର, ବିଡିଓ,ପ୍ରଶାସନକୁ ଦାବୀ ଗୁଡିକ ମାନିନେବାକୁ ସଙ୍ଘ ତରଫରୁ ଦାବୀ ପତ୍ର ଦିଆଯାଇଥିଲା.ଆଜି ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ କରାଯାଇଛି. ଯେତେଦିନ ପର୍ଯ୍ୟନ୍ତ ସରକାର ଆମ ଦାବୀ ନ ମାନିଛନ୍ତି ସେତେଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ବ୍ଲକ ମହାସଂଘ ସଭାପତି ବିଶ୍ଵଜିତ୍ ମହାନ୍ତ ପ୍ରକାଶ କରିଛନ୍ତି.ଆଜିର ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ର ମାଣତ୍ରୀ ଶାଖା ସଭାପତି ବାପୁନି ସିଂ, ବ୍ଲକ ମହାସଂଘ ସମ୍ପାଦକ ଠାକୁରା ସିଂ , ଅଲ ଓଡିଶା ସଂଘର ଉପ ସଭାପତି ମିଟୁ ସିଂସମେତ ତିନି ସହରୁ ଅଧିକ ଡ୍ରାଇଭର ସାମିଲ ଥିଲେ ।
