ଅନୁସୂଚିତ ଜାତି ଓ ଜନଜାତି କୁ ନେଇ ବୌଦ୍ଧ ବିଧାୟକ ଙ୍କ ମନ୍ତବ୍ୟ ର ସ୍ପଷ୍ଟୀକରଣ ଓ କ୍ଷମା ଭିକ୍ଷା (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ ବିଧାୟକ ଙ୍କ ଅନୁସୂଚିତ ଜାତି ଓ ଜନଜାତି ଙ୍କ ପ୍ରତି ଆକ୍ଷେପ ମନ୍ତବ୍ୟ ଭୁଲ ଓ କ୍ଷମା ପ୍ରାର୍ଥନା କୌଣସି ବ୍ୟକ୍ତି ବା କୌଣସି ସମ୍ପ୍ରଦାୟ ଭାଇ ମାନଙ୍କ ପ୍ରତି ଆକ୍ଷେପ ମନ୍ତବ୍ୟ ଦେଇନାହିଁ। ଯଦି କୌଣସି ବ୍ୟକ୍ତି ବା ସମ୍ପଦାୟ ଙ୍କ ମନ ରେ ଆଘାତ ବା କଷ୍ଟ ଲାଗିଥାଏ ତେବେ କ୍ଷମା ଦେବାକୁ ଅନୁରୋଧ କରିଛନ୍ତି। ( କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ 28.8 ସମ୍ପ୍ରତି ବୌଦ୍ଧ ଜ଼ିଲ୍ଲା ଗଂଜେଇ ଚୋରାଚାଲାଣ କୁ ନେଇ ଜ଼ିଲ୍ଲା ତଥା ରାଜ୍ୟ ରେ ହଇଚମଟ ସୃଷ୍ଟି କରିଥିବା ବେଳେ ବୌଦ୍ଧ ବିଧାୟକ ଗଂଜେଇ ଚାଷ ଓ ଚୋରାଚାଲାଣ ରେ ବେକାରୀ ଶିକ୍ଷିତ ଓ ଅନୁସୂଚିତ ଜାତି ଜନଜାତି କୁ ନେଇ ଦେଇଥିବା ମନ୍ତବ୍ୟ ରେ ଜ଼ିଲ୍ଲା ସ୍ତରରେ ଅନୁସୂଚିତ ଜାତି ଓ ଜନ ଜାତି ଗୋଷ୍ଠି ତରଫରୁ ଅସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ବିଧାୟକ ଙ୍କ ନାମ ରେ ବୌଦ୍ଧ ଥାନା ରେ ଏକ ମକଦ୍ଦମା ରୁଜ୍ଜୁ କରିଛନ୍ତି। ମାତ୍ର ବିଧାୟକ ତାଙ୍କ ସଫେଇ ରେ କହିଛନ୍ତି ଯେ ସେ ଜାଣି ଶୁଣି ଏପରି ମନ୍ତବ୍ୟ ଦେଇ ନାହାନ୍ତି ଯଦି କୌଣସି ସମ୍ପ୍ରଦାୟ ବା ବ୍ୟକ୍ତି ବିଶେଷ ଙ୍କ ମନରେ ଦୁଃଖ ଓ କଷ୍ଟ ହେଇଥାଏ ତେବେ ସେ ଜନସାଧରଣ ଙ୍କ ଆଗରେ କ୍ଷମା ଭିକ୍ଷା କରଛନ୍ତି ଓ ଅଧିକ ଆଲୋଚନା ନ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି।
