*ଗଙ୍ଗାଧର ମେହେର ଜୟନ୍ତୀ, ବଳଦେବ ଜୟନ୍ତୀ , ଓ ରକ୍ଷା ବନ୍ଧନ ଉତ୍ସବ ପାଳନ*
*27/08/26 ବଲାଙ୍ଗୀର*
(*ନି ପ୍ର = ପ୍ରଦୀପ କୁମାର ସା*) *ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଚନ୍ଦନ ଭାଟି ଠାରେ ଆଜି ତିନୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ll ଆଜିକାର ଏହି ଦିନରେ ରକ୍ଷା ବନ୍ଧନ ଉତ୍ସବ, ସ୍ୱଭାବକବି ବା ପ୍ରକୃତିକବି ଗଙ୍ଗାଧର ମେହେର ଙ୍କ ଜନ୍ମ ଦିନ ଓ ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭାଇ ବଳଦେବଙ୍କ ଜନ୍ମଦିନ ଉତ୍ସବ ପାଳିତ ହୋଇ ଥିଲା ll ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ପ୍ରଦୀପ ଗୁରୁଜୀ ବଳଦେବଙ୍କ ଜନ୍ମ ବୃତ୍ତାନ୍ତ କୁ ଶିଶୁଙ୍କ ଉଦ୍ଦେଶ୍ୟରେ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ , ଶତ୍ରୁଘ୍ନ ଗୁରୁଜୀ ରକ୍ଷାବନ୍ଧନ ର ମହତ୍ତ୍ୱ ବିଷୟରେ ଆମୂଳଚୂଳ ବିଷୟକୁ ଉପସ୍ଥାପନ କରିଥିଲେ, ତଥା ଘନ ମେହେର ଗୁରୁଜୀ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆମୂଳଚୂଳ ବିଷୟକୁ ଭାଷଣ ମାଧ୍ୟମରେ କହିଥିଲେ ll ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ମଞ୍ଚାସୀନ ଅତିଥିଙ୍କ ପରିଚୟ ରଖିଥିଲେ , ଧନ୍ୟବାଦ ପର୍ବକୁ ଧନଞ୍ଜୟ ଗୁରୁଜୀ ଆଗେଇ ନେଇଥିଲେ ll ଏଥିରେ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ସହଯୋଗ କରିଥିଲେ ll ଶିଶୁ ମାନେ ଶୁଭ୍ର ପୂର୍ଣ୍ଣ ଗଣବେଶରେ ରାକ୍ଷୀ, ମିଷ୍ଟାନ୍ନ ଓ ଫୁଲ ଆଣି ଆସିଥିଲେ ll ସମସ୍ତ ଭଉଣୀ ମାନେ ଭାଇ ମାନଙ୍କୁ ଗୋଟିଏ ରାକ୍ଷୀ ହାତରେ ବାନ୍ଧି ଦେଇ ମିଷ୍ଟାନ୍ନ ଖୁଆଇ ଦେଇଥିଲେ ll ଶେଷରେ ସମସ୍ତେ ଖୁସି ମନରେ ମିଠା ଖାଇ ଘରକୁ ଲେଉଟାଣି କଲେ*
