ଓଡ଼ିଶା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାର ପେନସନ ନୀତି ଉପରେ ଆଲୋଚନା ।
(ଲାୟନ୍ର ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା ତା ୨୭/୮ ସ୍ଥାନୀୟ ଅମଲା ଭବନ ର ସମ୍ମିଳନୀ କକ୍ଷ ରେ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କଳାହାଣ୍ଡି ତରଫରୁ କେନ୍ଦ୍ର ସରକାର ଅର୍ଥ ବିଲ ମଞ୍ଜୁର କରିବା ସମୟରେ ପେନସନର ମାନଙ୍କ ପାଇଁ ଯେଉଁ ବିଲ ମଞ୍ଜୁର କରିଛନ୍ତି, ତାହା ଉପରେ ଆଲୋକପାତ କରାଯାଇ ଥିଲା। ଏହି ଆଇନ ଅନୁସାରେ ଏବେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନେ ଡିଏ ବୃଦ୍ଧି କିମ୍ବା ବେତନ କମିଶନ ର ସୁବିଧା ପାଇବେ ନାହିଁ। 1982 ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନ୍ୟାୟମୂର୍ତ୍ତି ୱାଇ. ଭି. ଚନ୍ଦ୍ରଚୁଡ ଙ୍କ ଅଧ୍ୟକ୍ଷତା ରେ ଥିବା ପାଞ୍ଚ ଜଣିଆ ନ୍ୟାୟାଧୀଶ ଙ୍କ ସମ୍ବିଧାନ ବେଞ୍ଚ ନିଷ୍ପତି ନେଇଥିଲେ ଯେ ସମସ୍ତ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କୁ ସମାନ ଭାବରେ ବ୍ୟବହାର କରାଯିବ ଓ ପେନସନ ଶେଷ ବେତନ ର ୫୦% ହେବ ବୋଲି ନିଷ୍ପତି ହୋଇ ଥିଲା। ମାତ୍ର ସୁପ୍ରିମ କୋର୍ଟଙ୍କ ରାୟ ଦ୍ୱାରା ଦିଆ ଯାଇଥିବା ସୁରକ୍ଷା କୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି । ସଭାରେ ଶ୍ରୀ ବାମଦେବ ପୁରୋହିତ ଅବସର ପ୍ରାପ୍ତ ଅର୍ଥ ଶାସ୍ତ୍ର ପ୍ରାଧ୍ୟାପକ ମୂଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ରୂପରେ ଯୋଗଦାନ କରିଥିଲେ। ଶ୍ରୀ ପୁରୋହିତ ପେନସନ ,ସୁପ୍ରିମ କୋର୍ଟଙ୍କ ଆଦେଶାବଳି ଓ ଅନ୍ୟ ଅର୍ଥ ଶାସ୍ତ୍ର ବିଷୟରେ ପ୍ରାଞ୍ଜଳ ଭାବରେ ଅବଗତ କରାଇ ଥିଲେ। ସଂଘ ର ସଭାପତି ଶରତ ନାୟକ, କାର୍ଯକାରୀ ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ , ଉପଦେଷ୍ଟା ଶ୍ରୀ ମଧସୂଦନ ମହାପାତ୍ର, ଶ୍ରୀ ଦୁର୍ଗା ଚରଣ ମିଶ୍ର ଓ ବରିଷ୍ଟ ନାଗରିକ ସଂଘ କଳାହାଣ୍ଡି ର ଉପସଭାପତି ଶ୍ରୀ ମଳୟ ମୁଣ୍ଡ ମଞ୍ଚାସିନ ଥିଲେ। ସଂଘ ର ଉପଦେଷ୍ଟା ତଥା କଳାହାଣ୍ଡିର ବରିଷ୍ଟ କ୍ରୀଡାବିତ୍ ଶ୍ରୀ ଦୁର୍ଗା ଚରଣ ମିଶ୍ର ଓ ମୂଖ୍ୟ ଅତିଥି ଶ୍ରୀ ବାମଦେବ ପୁରୋହିତ ଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା। ଶ୍ରୀ ମିଶ୍ର ବର୍ତ୍ତମାନ ନେପାଳ ରୁ ଅନ୍ତର୍ଜାତୀୟ ଖେଳରେ ତିନି ଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଶ୍ରୀ ମିଶ୍ର ଙ୍କ ବୟସ ୮୨ ବର୍ଷ । ପ୍ରସନ୍ନ ପଟ୍ଟନାୟକ ସାଧାରଣ ସମ୍ପାଦକ, ମନୋଜ ପାଣିଗ୍ରାହୀ, ମହେନ୍ଦ୍ର ପଣ୍ତା, ଉମା ଶଙ୍କର ମୁଣ୍ଡ, ସୁବାଷ ପଣ୍ତା, ଅମିନ ଖାଁ, କୁନୁ ନାୟକ, ଉମା ଶଙ୍କର ରଥ, ଲବକାନ୍ତ ରଣା, ନରହରି ପଟ୍ଟନାୟକ ଅଶୋକ କୁମାର ଖମାରୀ , ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ଓ ବହୁ ପେନସନ ଭୋଗୀ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।
