*ଜିତାମତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଚୀନ ଖାଦ୍ୟ ପରମ୍ପରା ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲ ଉପରେ ସଚେତନତା କାର୍ଯ୍ୟକ୍ରମ* ନୂଆପଡା( ମିଖାଏଲ ନନ୍ଦ)
ତା:୨୫.୦୮.
ନୂଆପଡା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଜିତମିତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପରିସରରେ ଆଜି “ *ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ଏବଂ ସ୍ଥାୟୀ ତୀବ୍ରୀକରଣ* ” ଯୋଜନା ଅଧୀନରେ ଏକ ବିଦ୍ୟାଳୟସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନବୀନ କୁମାର ମେହେର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋମନା ବ୍ଲକ୍ର କୃଷି ଅଧିକାରୀ ସଂଗୀତା ମେହେର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟାକ୍ଷ୍ ଶ୍ରୀ ଜୟଦେବ ପ୍ରଧାନ, କାର୍ଯ୍ୟକାରୀ ସ୍ବେଛାସେବୀ ସେବୀ ସଙ୍ଗଠନ, ସି ପି ଏସ ଡବ୍ଲୁ, କେନ୍ଦୁଭଟା ର ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର ଯୋଗଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର)ର କୃଷି ବୈଜ୍ଞାନିକ ଉମା ପ୍ରଧାନ ଏବଂ ଶ୍ରୀ ଅନୁଜ କୁମାର ରୟ ଦକ୍ଷ ଵ୍ୟକ୍ତିତ୍ଵ ଭାବେ ଯୋଗଦେଇ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ଗୁରୁତ୍ୱ, ପୁଷ୍ଟିଗୁଣ, ପାରମ୍ପରିକ ଓ ସାଂସ୍କୃତିକ ମହତ୍ତ୍ୱ, ସଂରକ୍ଷଣ ଏବଂ ସ୍ଥାୟୀ ବ୍ୟବହାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ୩୫୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲ ସଚେତନ।
