*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଓ ଆଇନ ସଚେତନତା: ୩୮ ୟୁନିଟ ରକ୍ତ ସଂଗ୍ରହ*
ନୂଆପଡା(ମିଖାଏଲ ନନ୍ଦ) ତା:୨୫.୦୮.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହ ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର କୃତ୍ରିମ ବୁଦ୍ଧିମତ୍ତା ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମ କୋର୍ଟଙ୍କ ସୁଭାସ ସଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୫, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ ୨୦୦୭ ଏବଂ ଦେୱାନି ପ୍ରଣାଳୀରେ ମଧ୍ୟସ୍ଥତା ଆଇନ ୨୦୦୭ ଏବଂ ଗର୍ଭ ଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ କୌଶଳ ଆଇନ ୧୯୯୪ ସମ୍ବନ୍ଧରେ ସଚେତନତା ଶିବିର ଏବଂ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ, ଏସ.ଡି.ଜେ.ଏମ୍ ସ୍ନାତକି ଦାଶ, ବିଚାର ବିଭାଗୀୟ ଦଣ୍ଡାଧିକାରୀ କାହ୍ନୁ କିସ୍କୁ, ମହାମାୟା ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଅନିଲ କୁମାର ତାଣ୍ଡି, ଯୋଗ ଦେଇଥିଲେ। ୩୮ ୟୁନିଟ୍ ରକ୍ତ ସଂଗ୍ରହ
