କଣ୍ଟେଇପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ ନଗର ଠାରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।
🌟🌟🌟🌟🌟🌟🌟🌟🌟🌟🌟
ଭଞ୍ଜନଗର- 25/08/(ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ କଣ୍ଟେଇପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ବିଦ୍ୟୁତ ନଗର ଠାରେ ଚାରା ବଣ୍ଟନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱ୍ୱାବଧାରକ ଓ ପରିବେଶ ପ୍ରେମୀ ଶ୍ରୀ ଶୁଳପାଣି ଶତପଥୀଙ୍କ ଉପସ୍ଥିତି ରେ ବୃକ୍ଷ ସୁରକ୍ଷା, ଜୀବନ ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏଥିରେ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ଓ ଶିକ୍ଷୟିତ୍ରୀ କଲ୍ୟାଣୀ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ବିଷୋୟୀ ଙ୍କ ଉପସ୍ଥିତିରେ ପରିବେଶ ଗୀତ ତାଳ ମାଧ୍ୟମରେ, ସ୍ଲୋଗାନ, ଓ ଶପଥ ପାଠ କରାଯାଇଥିଲା |ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରି ପିଲାଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଉଠିଥିଲା |ବିଭିନ୍ନ ପ୍ରକାର ଚାରା ଯଥା :ଗୁଆ, ବେଲ, ଲେମ୍ବୁ, ଅମୃତ ଭଣ୍ଡା, ଗୋଲାପ, ପିଜୁଳି, ଡାଳିମ୍ବ, ଅଁଳା, ଇତ୍ୟାଦି ଚାରା ବଣ୍ଟନ କରିବା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।ଶିକ୍ଷୟିତ୍ରୀ କଲ୍ୟାଣୀ ପାଣିଗ୍ରାହୀ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିବା ସହ ଏହିପରି କାର୍ଯ୍ୟକ୍ରମ ଆଗକୁ ପ୍ରତିବର୍ଷ ଜାରି ରହିବ ବୋଲି କହିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ପ୍ରତିଭା କୁମାରୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।
