ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହରେକୃଷ୍ଣ ଦାସଙ୍କୁ ଦଳରୁ ନିଳମ୍ବିତ
___________________
ସାରସକଣା,(୨୩/୮/୨୬):(ନି.ପ୍ର):
ବିଜୁ ଜନତା ଦଳର ଅନୁଶାସନ ଓ ନୀତିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଦଳୀୟ ମଞ୍ଚ ବାହାରେ ଦଳ ବିରୋଧୀ ବ୍ୟକ୍ତବ୍ୟ ଦେଇ ଶୁଙ୍ଖଳାଗତ ପରିସର ଅତିକ୍ରମ କରିବା ଯୋଗୁଁ ଦଳର ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ କୁମାର ସାହୁ ପତ୍ରସଂଖ୍ୟା:63/08/SB/BJD/2026 ତ/୨୨/୮/୨୬ ତାରିଖ ଦିନ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ହରେକୃଷ୍ଣ ଦାସଙ୍କୁ ନିଳମ୍ବିତ କରାଯାଇଛି । ସୂଚନା ଅନୁସାରେ ହରେକୃଷ୍ଣ ଦାସ ବିଗତ କିଛି ଦିନ ହେବ ଦଳର ଶୃଙ୍ଖଳା ଏବଂ ନୀତି ନିୟମ ବିରୋଧରେ କାର୍ଯ୍ୟ କରିବା,ଦଳୀୟ ଶୀର୍ଷ ନେତୃତ୍ଵଙ୍କୁ ବେଖାତିର କରିବା ସହ ସେମାନଙ୍କ ନାମରେ ଅପପ୍ରଚାର କରିବା, ଦଳୀୟ ନିଷ୍ପତ୍ତି ପ୍ରତି ଅନାଦର ପ୍ରଦର୍ଶନ କରି ଦଳର ସୁନାମ ଉପରେ ଆଘାତ ପହଞ୍ଚାଇବା, ଦଳୀୟ ମଞ୍ଚ ବାହାରେ ଦଳ ବିରୋଧୀ ବ୍ୟକ୍ତବ୍ୟ ଦେବା ଆଦି କାରଣରୁ ତାଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ନିଳମ୍ବିତ କରିବା ସହିତ ତାଙ୍କ ସହ ବିଜୁ ଜନତା ଦଳର କୌଣସି ସମ୍ପର୍କ ରହିବ ନାହିଁ ଏବଂ ସେ ଦଳର କୌଣସି ପଦ ପଦବୀ କିମ୍ବା ନାମ ବ୍ୟବହାର କରିପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ ହରେକୃଷ୍ଣ ଦାସ ପୂର୍ବରୁ ସାରସକଣା ନିର୍ବାଚନମଣ୍ଡଳୀର ବିଜୁ ଜନତା ଦଳର ସାଧାରଣ କର୍ମୀ ଭାବରେ ସକ୍ରିୟ ଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
