*ରାତିରେ ଜାତୀୟ ରାଜପଥରେ ପୋଲିସର ଯାଞ୍ଚ, ଏସଆଇଙ୍କ ଫଟୋ ଭାଇରାଲ*
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ରାତି ସମୟରେ ଜାତୀୟ ରାଜପଥରେ ଚୋରି, ଛିନତାଇ ଓ ଅନ୍ୟାନ୍ୟ ଅପରାଧ ରୋକିବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଗାଡ଼ି ଅଟକାଇ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସହ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ପୋଲିସ ଏସଆଇ ବବି ମିଶ୍ରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ଫଟୋ ଜଣେ ଗାଡ଼ି ଚାଳକ ଉଠାଇଥିବା ଜଣାପଡ଼ିଛି। ପରେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାତିରେ ରାଜପଥରେ ପୋଲିସର ଏଭଳି ଯାଞ୍ଚକୁ ଅପରାଧ ନିୟନ୍ତ୍ରଣ ଦିଗରେ ଏକ ସୁରକ୍ଷାମୂଳକ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଯାଞ୍ଚ ଆଳରେ ବଟି ଆଦାୟ କରାଯାଉଥିବା ନେଇ କିଛି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହି ଅଭିଯୋଗର ସତ୍ୟତା କେତେ, ତାହା ନେଇ ଏବେ ପ୍ରଶ୍ନ ଉଠିଛି। ଘଟଣାର ନିରପେକ୍ଷ ଯାଞ୍ଚ ହେଲେ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ। ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ପୋଲିସ ବିଭାଗର ପ୍ରତିକ୍ରିୟା ମିଳିବା ପରେ ଅଧିକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରେ।
