*ସିନାପାଲି ନିଲାଜି ହାଇସ୍କୁଲରେ ଯୁବ ସଚେତନତା କାର୍ଯ୍ୟକ୍ରମ: ନିର୍ବାଚନ ସାକ୍ଷରତା କ୍ଲବ୍ ଗଠନ*
ନୂଆପଡା(ମିଖାଏଲ ନନ୍ଦ)
ତା-୨୧/୦୮
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନିଲାଜି ହାଇସ୍କୁଲ ଠାରେ ଯୁବ ପୀଢିଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ, ନିର୍ବାଚନ ସାକ୍ଷରତା କ୍ଲବ୍ ଗଠନ ଏବଂ ଯୁବ ଗୋଷ୍ଠୀ ବହୁଳ ଭାଗିଦାରିତା ସୃଷ୍ଟି ପାଇଁ ସିନାପାଲି ବିଡିଓ କୁର୍ମି ଓରାମ ଆହ୍ୱାନ କରିଛନ୍ତି। ନିଜ ଦେଶରେ ନିଜ ସରକାର ବାଛିବା ଗଣତନ୍ତ୍ର ଏକ ଅଭିନବ କ୍ଷମତା ପ୍ରଦାନ କରିଅଛି। ତେଣୁ ପାଞ୍ଚ ବର୍ଷରେ ଥରେ ଏହି କ୍ଷମତା ର ପ୍ରୟୋଗ କରିବାକୁ ଆହ୍ୱାନ କରିଥିଲେ। ବିଶ୍ୱର ସର୍ବ ବୃହତ୍ ଗଣତନ୍ତ୍ର ରେ ନିଜ ଅଧିକାର ସାବ୍ୟସ୍ତ କରିବା ସହ ଉପଯୁକ୍ତ ଚୟନ ଆବଶ୍ୟକ ରହିଅଛି।ନିର୍ବାଚନ ସାକ୍ଷରତା କ୍ଲବ୍ ଦ୍ୱାରା ଅନେକ ଶିକ୍ଷଣୀୟ ବିଷୟବସ୍ତୁ ଜାଣିବା ସହ ଅନ୍ୟକୁ ସଚେତନ କରିବେ।
