ଆଗରପଡ଼ାରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା
ଆଗରପଡ଼ା,(ନିପ୍ର .) ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ଅବସରରେ ଆଗରପଡ଼ା ଠାରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରିଥିଲା । ତୁହାକୁ ତୁହା ବର୍ଷାକୁ ଭୃକ୍ଷେପ ନକରି ପ୍ରତିକୂଳ ପାଗ ସତ୍ତ୍ୱେ ବହୁ ଦେଶପ୍ରେମୀ ହାତରେ ଜାତୀୟ ପତାକା ଧରି ଏଥିରେ ସାମିଲ ଥିବାର ପରିଲକ୍ଷିତ ହୋଇଥିଲା । ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, କିଶୋର କିଙ୍କର ପଢ଼ିଆରୀ, ତପନ ସିଂହ, ମହାନ୍ତିପଡ଼ା ସମିତିସଭ୍ୟ ନିର୍ମଳ ନାୟକ,ମହତାବ ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦ,ବସନ୍ତ ପତି, ବିଜ୍ଞାନଭୂଷଣ ମହାନ୍ତି, ଚିନ୍ମୟ ମହାପାତ୍ର, ଜ୍ୟୋତି ଶଙ୍କର ପଣ୍ଡା, ପ୍ରିତୀଶକାନ୍ତ ଶତପଥି,ହିମାଦ୍ରୀ ମହାନ୍ତି,ପୟୋଧର ବାରିକ, ରମେଶ ସାହୁ, ଶୁଭେନ୍ଦୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
