କୃଷି କାର୍ଯ୍ୟାଳୟ ପରିସରରେ ଛତୁ ଚାଷ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ଛତୁ ଚାଷ ସମ୍ବନ୍ଧିତ ଏକ ତାଲିମ ଶିବିର ସୋର ବ୍ଲକ୍ କୃଷି କାର୍ଯ୍ୟାଳୟ ପରିସରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବ୍ଲକ୍ର ‘ଆତ୍ମା’ ଅଧ୍ୟକ୍ଷ ଅଜୟ ମାଝୀଙ୍କ ସଭାପତିତ୍ୱରେ ବ୍ଲକ କୃଷି ଅଧିକାରିଣୀ ରଞ୍ଜିତା ଟୁଡୁ, ବ୍ଲକ୍ ବୈଷୟିକ ପରିଚାଳକ ଆଦ୍ୟାଶକ୍ତି ସାମଲ, ଅତିରିକ୍ତ ବ୍ଲକ୍ ବୈଷୟିକ ପରିଚାଳକ ସୁବାସ ଚନ୍ଦ୍ର ଦୀକ୍ଷିତ ଓ ରବିନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ସୋର ବ୍ଲକ୍ ଉଦ୍ୟାନ କୃଷି ଅଧିକାରିଣୀ ଶୁଭଶ୍ରୀ ଶୁଭଶ୍ମିତା ଓ ସିମୁଳିଆ ବ୍ଲକ୍ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜ୍ୟୋତିପ୍ରକାଶ ମହାପାତ୍ର ଉପସ୍ଥିତ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏଥିରେ ସୋର ବ୍ଲକ୍ର ଆଠଟି ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କ ସହ ଶତାଧିକ ଚାଷୀ ଭାଗ ନେଇଥିଲେ ।
