ଗାଁ ମୁହାଁ ଦନ୍ତା , ଲୋକେ ଆତଙ୍କିତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଗାଁ ରେ ପଶିଲା ହାତୀ, ସାଧାରଣ ଲୋକେ ଆତଙ୍କିତ। ଜଙ୍ଗଲ ଘେରା ପାହାଡ଼ରୁ ଜନବସତି ଅଞ୍ଚଳକୁ ହାତୀ ଆସିବା ଦ୍ୱାରା ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଖୁଣ୍ଟା ଗାଁରେ ହାତୀ ପଶିବା ସହିତ ଲୋକଙ୍କ ଘର ଭାଙ୍ଗିବା ଓ ଚାଷ ନଷ୍ଟ କରିବାକୁ ନେଇ ଗ୍ରାମରେ ଆତଙ୍କ ଖେଳିଯାଇଛି। ରାତି ଅନିଦ୍ରା ହୋଇ ଗାଁ ଲୋକେ ହାତୀ ଘଉଡ଼ାଉଛନ୍ତି। କିଛିଦିନ ହେବ ଦୁଇଟି ହାତୀ କୁଲଡିହା ଅଭୟାରଣ୍ୟ ଅଧୀନ ଜଙ୍ଗଲରେ ବୁଲୁଥିବାର ଓ ପାଣିରେ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ମାତ୍ର ଆଜି ରାତିରେ ପାହାଡ଼ ପାଖ ଅଂଚଳ ମାଣିପୁର ପଞ୍ଚାୟତ ଖୁଣ୍ଟା ଗ୍ରାମରେ ପଶିଥିଲେ ହାତୀ। ଧାନଚାଷ ନଷ୍ଟ କରିବା ସହିତ ଘର ମଧ୍ୟ ଭାଙ୍ଗିଥିଲେ। ଲୋକେ ରାତିଅନିଦ୍ରା ହୋଇ ହାତୀ ଘଉଡ଼ାଉଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ସେହି ସମୟରେ ପହଂଚି ନ ଥିବା ଦେଖିବାକୁ ମିଳିଥିଲା।
