*ବୋଡ଼େନ ବିଜେପି ପାତଳଗଂଗା ମଣ୍ଡଳ ପକ୍ଷ ରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୧୩.୦୮.
ବୋଡ଼େନ ବିଜେପି ପାତଳଗଂଗା ମଣ୍ଡଳ ପକ୍ଷ ରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଗ୍ରାମାଞ୍ଚଳ ରେ ଘର ଘର ବୁଲି ତ୍ରିରଙ୍ଗା ର ମହତ୍ତ୍ୱ ଦେଶ ପ୍ରେମ ର ପ୍ରତୀକ ଅଟେ। ଭାରତର ସମ୍ମାନ ଓ ସ୍ୱାଭିମାନ ଅଟେ ତ୍ରିରଙ୍ଗା ପତାକା ବୋଲି ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲମ୍ବୋଦର ନିଆଲ ପ୍ରକାଶ କରିଛନ୍ତି। ଏହି ହାର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଫରସରା ପଞ୍ଚାୟତ ର ରାଜପୁର ଠାରେ ପହଞ୍ଚି ସହିଦ୍ ଦେବେନ୍ଦ୍ର ଧରୁଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସହିଦ ପରିବାରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଦେଶ ର ସୁରକ୍ଷା ପାଇଁ ସହିଦ ପରିବାର ଙ୍କୁ ତାଙ୍କ ପୁତ୍ରଙ୍କ ବଲିଦାନ ସଦା ମନେରଖିବା ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାତଳଗଂଗା ମଣ୍ଡଳ ସଭାପତି ନିଲାମ୍ବର ମେହେର, ପୁର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ସିଂ ମଲ୍ଲିକ, ଜିଲ୍ଲା ଉପସଭାପତି ଅବନୀ ରଞ୍ଜନ ଯୋଶୀ ଓ ଦେବ ଗୁରୁ ଅରବିନ୍ଦ ବେହେରା ପ୍ରମୁଖ ସହ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
