*ଖରୀଆର ରୋଡ ଠାରେ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।*
ନୂଆପଡ଼ା (ମିଖାଏଲ ନନ୍ଦ )
ତା-୧୧/୦୮
ନୂଆପଡ଼ା ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖରୀଆର ରୋଡ ଠାରେ ନୂଆପଡ଼ା ସଙ୍କୁଳ ର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି |ବିଜ୍ଞାନ ମେଳା ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରମୁଖ ଦ୍ଧୃବ ଚରଣ ପାତ୍ର ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯକ୍ରମକୁ ଆଗେଇ ନେଇଥିଲେ | ସମ୍ମାନିତ ଅତିଥି ଭାବରେ ନୂଆପଡ଼ା ସଙ୍କୁଳ ସଂଯୋଜକ ପ୍ରଦୀପ କୁମାର ବାବୁ ଯୋଗଦେଇଥିବା ବେଲେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବିନୋଦ କୁମାର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |ନୂଆପଡ଼ା ସଙ୍କୁଳ ର ବିଭିନ୍ନ ବିଦ୍ୟାଳୟ ରୁ ଶତାଧିକ ଶିଶୁ ଭାଇଭଉଣୀ ବିଜ୍ଞାନ ପ୍ରକଳ୍ପ ,ଗଣିତ ପ୍ରକଳ୍ପ ,ପ୍ରଶ୍ନ ମଞ୍ଚ ,ମୂର୍ତ୍ତିକଳା,ନିବନ୍ଧ,
ପାତ୍ର ବାଚନ ପ୍ରଭୃତି ରେ ଭାଗ ନେଇଥିଲେ |ବିଚାରକ ଭାବରେ ଖରୀଆର ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ ସିଦ୍ଧାର୍ଥ ଦେବାଙ୍ଗନ,ଗୋପବନ୍ଧୁ ବିଦ୍ୟା ପୀଠ ର ଶିକ୍ଷୟତ୍ରୀ ମଧୁସ୍ମିତ ଶତପଥୀ,ଜ୍ଞାନ ଜ୍ୟୋତି ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବଳରାମ ମୁନି ଦାୟିତ୍ୱ ତୁଲାଇ ଥିଲେ |ବେଲଟୁକୁରୀ ର ପ୍ରଧାନ ଆଚାର୍ଯ୍ୟ ପୀତାମ୍ବର ଶବର ,ରବୀନ୍ଦ୍ର ସାହୁ,ତିଲ ରାଉତ,ପୁରଣ ଲାଲ ପଟେଲ,ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡ଼ା
,ସନ୍ତୋଷ ଦୁବେ,ଖେଦୁରମ୍ ସାହୁ,ପ୍ରକାଶ ଗୁପ୍ତା, ବୈଶାଖୁ ହାତୀ ଙ୍କ ସହିତ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ |
