ଏକଶହ ବର୍ଷର ଓସସ୍ତ ଗଛରୁ ବିରାଟ ଡାଇ ଭାଙ୍ଗିଲା
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ସାହାପଡା ଗ୍ରାମରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ସକାଳ ସାତ ଘଟିକା ସମୟରେ ଶିବ ମନ୍ଦିର ପାର୍ଶ୍ୱରେ ଥିବା ଏକଶହ ବର୍ଷର ଓସ୍ତ ଗଛରୁ ଏକ ବିରାଟକାୟ ବାହି ଭାଙ୍ଗି ପଡିଥିଲା। ସେହି ବାଟ ଦେଇ ସ୍କୁଲ, କଲେଜ ଓ ଅଙ୍ଗନବାଡି ର ଛୋଟ ଛୋଟ ପିଲାମାନେ ଯାଆ ଆସ କରୁଥିଲେ। କାହାର କିଛି କ୍ଷତି ହୋଇନାହିଁ। ଦୀର୍ଘ ଦୁଇଘଣ୍ଟା ବିଳମ୍ବିତ ସମୟ ପରେ ଦମକଳ ବାହିନୀ ର କର୍ମଚାରୀ ମାନେ ଆସି ପହଁଚି ଥିଲେ। ବହୁ ପରିଶ୍ରମ କରି ବାହି ଟିକୁ ଖଣ୍ଡ ଖଣ୍ଡ କରି କାଟି ରାସ୍ତା ସଫା କରିଥିଲେ। ଦମକଳବାହିନୀ କର୍ମଚାରୀ ମାନଙ୍କ କାର୍ଯ୍ୟାକୁ ଗ୍ରାମବାସୀ ଭୂୟସୀ ପ୍ରଶଂସା କରିଥିଲେ।
