ବ୍ରହ୍ମପୁର (ସୁରଜିତ ରାଉଳ) : ସ୍ଥାନୀୟ ଗାନ୍ଧୀନଗରସ୍ଥିତ ପ୍ରଥମ ଗଳିରେ ଅବସ୍ଥିତ ଚାଟେଡ଼ ଆକାଉଣ୍ଟ ଇନଷ୍ଟିଚ୍ୟୁଟ ପରିସରରେ ଚାଟେଡ଼ ଆକାଉଣ୍ଟ ଦିବସ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ରକ୍ତଦାନ ଶିବିରକୁ ଏସଜି ଏସ ଟି ଅଡ଼ିଶୀନାଲ କମିଶନର ପୂର୍ଣ୍ଣ ଚନ୍ଦ୍ର ଜେନା ଉଦଘାଟନ କରିଥିଲେ। ଚାଟେଡ଼ ଆକାଉଣ୍ଟ ଇନଷ୍ଟିଚ୍ୟୁଟ କେବଳ ସରକାରଙ୍କ କାର୍ଯ୍ୟରେ ସୀମିତ ନ ରହି ସାମାଜିକ କାର୍ଯ୍ୟରେ ମଧ୍ୟ ନିୟୋଜିତ ହୋଇଥାନ୍ତି ବୋଲି ମ୍ୟାନେଜମେଣ୍ଟ କମିଟି ଚେୟାରମ୍ୟାନ ସିଏଏ ଆସିଦ୍ଧ ମହେଶ୍ୱର ପାତ୍ର କହିଥିଲେ ଏବଂ ୧୯୪୯ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଛି। ବର୍ତ୍ତମାନ ଚାଟେଡ଼ ଆକାଉଣ୍ଟ ଦିବସ ୭୭ବର୍ଷରେ ପଦାର୍ପଣ କରିଛି ଏବଂ ଏହି ଧାରା ଆଗକୁ ଜାରିରହିବ ବୋଲି ଭଏସ ଚେୟାରମ୍ୟାନ କେ ସୀତା ରଜନୀ କହିଥିଲେ। ଏହି ଇନଷ୍ଟିଚ୍ୟୁଟ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ ପରି ସାମାଜିକ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଏହି ଦିବସରେ କରିଥାଏ ବୋଲି ସମ୍ପାଦକ ସୁଧାଂଶୁ କୁମାର ସାବତ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏ.ମହେଶ୍ୱର ପାତ୍ର ଆଇସି ଏ ଆଇ, ଚେୟାରପ୍ରଶ୍ନ , କୋଷାଧ୍ୟକ ଏନ ଶାନ୍ତରାମ, ପିକେ ସାହୁ ଏମସି ମେମ୍ବର ବ୍ଲଡ଼ କ୍ୟାମ୍ପ ଅର୍ଗାନାଇଜର ସିଏ ଶିବରାମ ପଡିଆଲି, ଟି ସୋହନ କୁମାର ଏଶୋସେସନ ଅଫ ଭଲିଂଟାରୀ ବ୍ଲଡ଼ ଡୋନର୍ସ ଓଡିଶା, ଭି ଭେକଣ୍ଟରତନମ ରାଜୁ, ଇ ଦେବେନ୍ଦ୍ର ପାତ୍ର,ଶ୍ରୀକାନ୍ତ ମହାନ୍ତି, ପବିତ୍ର ସାହୁ,କେ. ଶ୍ରୀରାମୂଲ,ସିଏଚ ଶିବ ସଂଜୀବ ଏବଂ ସିଏଚ ପ୍ରସାଦ ରାଓ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
