ବାଲେଶ୍ୱର (ଅମରଦୀପ କୁମାର ସିଂହ) : ବାଲେଶ୍ୱର ରୋଟାରାକ୍ଟ କ୍ଲବ୍ ପକ୍ଷରୁ ସ୍ରୀକୋଣା, ଚାନ୍ଦିପୁରରେ ଅନ୍ନପୂର୍ଣ୍ଣା ଦିବସ ପାଳନ କରି ଆବଶ୍ୟକତାରେ ଥିବା ଲୋକମାନେଙ୍କୁ ଖାଦ୍ୟ ପ୍ରଦାନ କରିଥିଲେ । ବର୍ତ୍ତମାନ ବାଲେଶ୍ୱର ଜିଲ୍ଲା ବନ୍ୟା ପରିସ୍ଥିତି ଜାରି ରହିଛି ଏବଂ ଏପରି ପ୍ରୟାସ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ୟା ଭୋଗୁଥିବା ଗରିବ ଲୋକମାନେ ସହଯୋଗ ଓ ସାହାଯ୍ୟ ପାଉଛନ୍ତି । ଏପରି କାର୍ଯ୍ୟକ୍ରମରେ ରୋଟାରାକ୍ଟ କ୍ଲବ୍ର ସଭାପତି ଶ୍ରୀ ସୁକାନ୍ତ ନାୟକ, ସଚିବ ମନୋଜ ସେଠି ଓ ସମସ୍ତ ରୋଟାରାକ୍ଟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ କରିଛନ୍ତି ।
