ବାଇକ୍ -ଡମ୍ଫର ମୁହାଁ ମୁହିଁ ଧକ୍କା: ବାଇକ୍ ଚାଳକ ଙ୍କ ମୃତ୍ୟୁ
ସୋର/ ଔପଦା(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ବାଇକ୍ ଓ ଡମ୍ଫର ଧକ୍କାରେ ବାଇକ ଚାଳକର ମୃତ୍ୟୁ ଘଟିଛି। ଖବର ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ଶନିମନ୍ଦିର ନିକରେ ଚିପ୍ସ ବୋଝେଇ ଡମ୍ଫର ସହ ବାଇକ ମୁଁହମୁହିଁ ଧକ୍କା, ହେବା ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିଲା l ଗୁରୁତର ବାଇକ ଆରୋହୀ କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନା କୁ ପଠାଇଥିଲେ l ସୋର ଡାକ୍ତରଖାନା ରେ ଡାକ୍ତର ମୃତ ଘୋଷଣା କରିଛନ୍ତି l ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା ଶରତ ଅଞ୍ଚଳ ର ୨୨ ବର୍ଷୀୟ ରାମଜିତ ମୂର୍ମୁ l ଯୁବକ ଜଣକ ଅଘାଶୁଳ ଗ୍ରାମ ରେ ଜଣକ ଘରେ ରହି କାମ କରୁଥିବା ବେଳେ ବଡ଼ପୋଖରୀ ବଜାରକୁ ପାନ ନେବାକୁ ଆସୁଥିବା ସମୟରେ ବାଗୁଡ଼ିରୁ ଔପଦା ଅଭିମୁଖେ ଯାଉଥିବା ବେଆଇନ ଚିପ୍ସ ବୋଝେଇ ଡମ୍ଫର ସହ ଧକ୍କା ହୋଇଥିଲା l ଔପଦା ପୋଲିସ ଘଟଣା ସ୍ଥଳରେ ପହଁଚି ଉଭୟ ଡମ୍ଫର ଏବଂ ବାଇକ କୁ ଜବଦ କରି ଔପଦା ଥାନା ରେ ରଖି ଅଧିକ ତଦନ୍ତ ଜାରି ରଖିଛି।
