ସ୍ୱର୍ଗଦ୍ୱାରରେ ଅସମ୍ପୂର୍ଣ୍ଣ ରହିଗଲା ପିଉସୀଙ୍କ ଶବଦାହ: ଅଧା ବାଟରେ ଦୁର୍ଘଟଣାରେ ଲିଭିଗଲା ପୁତୁରାଙ୍କ ଜୀବନ ଦୀପ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ବୁଝ ଉପରେ ନଳିତା ବିଡା ପରି ଗୋଟିଏ ପରିବାରର ଦୁଇ ଦୁଇଟା ଦୁଃଖଦ ଖବର ସାମ୍ନା କୁ ଆସିଛି। ପିଉସୀ ଙ୍କ ଶବଦାହ ନିମନ୍ତେ ସ୍ଵର୍ଗଦ୍ଵାର କୁ ସ୍ଵର୍ଗରଥ ରେ ଯାଉଥିବା ସମୟରେ ସ୍ଵର୍ଗରଥ ଓଲଟି ଗାଡ଼ିରେ ଚାପି ହୋଇ ପୁତୁରା ର ମୃତ୍ୟୁ ହୋଇଛି।ସ୍ୱର୍ଗଦ୍ୱାର ମୋର ଶେଷ ଠିକଣା, କାଳିଆ କରୁଣା ଶେଷ ପାଉଣା,ଏମିତି କିଛି ମହାପ୍ରଭୁଙ୍କ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ନେବା ବାଟରେ ଘଟିଲା ଦୁର୍ଘଟଣା।ଅନ୍ତିମ ସତ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ଶବ ନେଇ ଗଲା ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏମିତି କିଛି ଅଘଟଣ ଘଟିଛି ସୋର ଅଞ୍ଚଳରେ। ସୂଚନା ଅନୁସାରେ ସୋର ବ୍ଲକ ଶରଶଙ୍ଖ ଗ୍ରାମର ସ୍ବର୍ଗତ ବୈରାଗୀ ଚରଣ ବେହେରାଙ୍କ ସ୍ତ୍ରୀ ପ୍ରୀତିଲତା ବେହେରା ବାର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ହୋଇ ସୋମବାର ରାତିରେ ମୃତ୍ୟୁ ବରଣ କରିଥିଲେ। ମଙ୍ଗଳବାର ସଂନ୍ଧ୍ୟାରେ ଅନ୍ତିମ ସତ୍କାର ପାଇଁ ପରିବାର ଲୋକେ ପ୍ରୀତିଲତାଙ୍କ ଶବକୁ ସ୍ବର୍ଗରଥରେ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଯାଉଥିବା ବେଳେ ଭଦ୍ରକ ଭଣ୍ଡାରୀପୋଖରୀ ନିକଟସ୍ଥ ଏଚପି ପେଟ୍ରୋଲ ପମ୍ପ ଠାରେ ସ୍ୱର୍ଗରଥର ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଗାଡ଼ିଟି ନୟନଜୋରୀକୁ ଖସି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ସ୍ୱର୍ଗରଥଟି ଓଲଟି ପଡିବା ଫଳରେ ସେଥିରେ ଥିବା ପ୍ରୀତିଲତାଙ୍କ ପୁତୁରା ନିଶ୍ଚିନ୍ତପୁର ପଞ୍ଚାୟତ ଦଲସିଂପାଟଣା ଗ୍ରାମର ଲକ୍ଷ୍ମୀଧର ସାହୁ (୬୪) ଗାଡ଼ି ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ପକ୍ଷେ ଗାଡ଼ିରେ ଯାଉଥିବା ସମ୍ପର୍କୀୟ ମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଏବଂ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ।
