କେନ୍ଦୁଝର,….ମାଇନିଂ ରୋଡସ୍ଥିତ ଶ୍ରୀରାମ ମଣ୍ଡପ ଠାରେ ବିଶିଷ୍ଟ ଜନଜାତି ଗବେଷକ ଡଃ ନିଳାଦ୍ରୀ ବିହାରୀ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପୂଣ୍ୟତିଥିରେ ଏକ ନିରାଡମ୍ବର ଶ୍ରଦ୍ଧାଞ୍ଜଳୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମିଳନୀ ସାହିତ୍ୟ ସଂସଦର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତିତ୍ୱ କରିଥିଲେ । ଡକ୍ଟର ନିଳାଦ୍ରୀ ବିହାରୀ ମିଶ୍ରଙ୍କ ଦ୍ୱାରା ସଂକଳିତ ‘କ୍ଷେତ୍ରମୋହନ ଗ୍ରନ୍ଥାବଳୀ’ ଅତିଥିମାନେ ଉନ୍ମୋଚନ କରିଥିଲେ । ସମସ୍ତ ଉପସ୍ଥିତ ବ୍ୟକ୍ତିବିଶେଷମାନେ ନିଳାଦ୍ରୀ ମିଶ୍ରଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ପୁଷ୍ପ ପ୍ରଦାନ କରିଥିଲେ । ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଦମୟନ୍ତୀ ବିଶ୍ରା,ଡକ୍ଟର ବିମ୍ବାଧର ବେହେରା,ଗାନ୍ଧୀ ତତ୍ତ୍ୱବିତ ଭକ୍ତବସ୍ଥଳ ମହାନ୍ତି,ଅବସର ପ୍ରାପ୍ତ ପ୍ରାଧ୍ୟାପକ ବନବିହାରୀ ମିଶ୍ର,ଡକ୍ଟର ଚିତ୍ତରଞ୍ଜନ ମିଶ୍ର,କବି ପିନାକୀ ମିଶ୍ର,କବୟତ୍ରୀ ଇନ୍ଦୁମତୀ ପାତ୍ର,ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ସୁଧା ଦାସ,ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ ଗଙ୍ଗାଧର ଦାଶ, ବରିଷ୍ଠ ଆଇନଜୀବି ଗୋପାଳ ମିଶ୍ର, ପ୍ରଧାନଶିକ୍ଷୟତ୍ରୀ ମହା ସରସ୍ବତୀ ମିଶ୍ର,କବି ନିରଞ୍ଜନ ବାରିକ,ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ର,ଶିକ୍ଷୟିତ୍ରୀ ଯାତିରୀ ଜୁଆଙ୍ଗ,ସ୍ୱାସ୍ଥ୍ୟସେବିକା ସାବିତ୍ରୀ ଜୁଆଙ୍ଗ,କନ୍ୟା ଅଙ୍କିତା ମିଶ୍ର,ପୁତ୍ର ଓଁକାର ମିଶ୍ର,ଜ୍ୱାଇଁ ଦୁର୍ଗା ମିଶ୍ର,ମିଲନ ମିଶ୍ର,ଦେବୀଶଙ୍କର ଦାଶ ପ୍ରମୁଖ ଏହି ଅବସରରେ ନିଳାଦ୍ରୀ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ ଏବଂ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସାମ୍ବାଦିକ ସତ୍ୟଜିତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ପକ୍ତିଭୋଜନ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସତ୍ୟଜିତ ସାମନ୍ତରାୟ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
