ବାଙ୍ଗିରିପୋଷି (ଅଜୟ ମଣ୍ଡଳ) : ପଡୋଶୀ ରାଜ୍ୟ ଝାରଖଣ୍ଡର ଚକୁଳିଆ ପ୍ରଖଣ୍ଡ ଅନ୍ତର୍ଗତ ସିମଦୀ ଛକ ଠାରେ କୁଡୁମୀ ସେନା ଝାରଖଣ୍ଡ ଓ କୁଡୁମୀ ସେନା ଓଡିଶାର ମିଳିତ ଆନୁକୁଲ୍ୟରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା | ଏହି ସଭାରେ ସହିଦ ନିର୍ମଳ ମାହାତୋ ଝାରଖଣ୍ଡ ଆନ୍ଦୋଳନ ରେ ପ୍ରମୁଖ ଭୂମିକା ଓ ତାଙ୍କ ବଳିଦାନ ବାବଦରେ ବକ୍ତା ମାନେ ଆଲୋକପାତ କରିଥିଲେ | ଝାରଖଣ୍ଡ ର ପୂର୍ବ ସିଂହଭୂମ ଜିଲ୍ଲାର ବାଘୁଡିଆ ଠାରେ ଉଗ୍ରବାଦୀଙ୍କ ଗୁଳିରେ ନିର୍ମମ ଭାବରେ ସୁନୀଲ ମାହାତୋଙ୍କୁ 2007 ମସିହା ମାର୍ଚ 4 ତାରିଖ ରେ ହତ୍ୟା କରାଯାଇଥିଲା | ସେ ଥିଲେ କୁଡୁମୀ ଯୁବଛାତ୍ରଙ୍କ ମଧ୍ୟରେ ମୁଖ୍ୟ ଆଦର୍ଶ |ସେ ଝାରଖଣ୍ଡ ଆନ୍ଦୋଳନର ମୁଖ୍ୟ ଆନ୍ଦୋଳନକାରୀ ଥିଲେ | ଝାରଖଣ୍ଡ କୁଡୁମୀ ସେନାର ଅଧ୍ୟକ୍ଷ ଲାଲଟୁ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭା ରେ ଓଡିଶାର କୁଡୁମୀ ସେନା ପ୍ରତିଷ୍ଠାତା ରାଜ୍ୟ ସଭାପତି ଜୈମୁନୀ କୁମାର ମହାନ୍ତ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ବୋହରାଗଡା ବିଧାୟକ ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ସ୍ଵର୍ଗତ ସୁନୀଲ ମହାନ୍ତଙ୍କ ପତ୍ନୀ ସୁମନ ମହାନ୍ତ, ପଶ୍ଚିମବଙ୍ଗ କୁଡୁମୀ ସମାଜ ଅଧ୍ୟକ୍ଷ ରାଜେଶ ମହାନ୍ତ, କେଶବ ମହାନ୍ତ କମଳେଶ, ସୁନୀଲ ମହାନ୍ତ, ଓମ ପ୍ରକାଶ ମହାନ୍ତ ପ୍ରମୁଖ ବିଶିଷ୍ଟ ଅତିଥି ଯୋଗ ଦେଇ ସହିଦ ନିର୍ମଳ ମାହାତୋଙ୍କ ଜାତି ପାଇଁ ତ୍ୟାଗ ଓ ଦେଶ ପାଇଁ ସେବା ମନୋଭାବ କୁ ସ୍ମରଣ କରିଥିଲେ |
ଏହି ସଭାରେ କୁଡୁମୀ ଛାତ୍ର ସେନା, କୁଡୁମୀ ଯୁବ ସେନା, କୁଡୁମୀ ମହିଳା ସେନାର ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ |କୁଡୁମୀ ସେନାର ନିରଞ୍ଜନ ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ, ଲକ୍ଷ୍ମୀଧର ମହାନ୍ତ,ଚନ୍ଦ୍ରଭାନୁ ମହାନ୍ତ, ବିରେନ୍ଦ୍ର ମହାନ୍ତ, ବିପିନ ମହାନ୍ତ, ବାଚୁ ମହାନ୍ତ କୁଡୁମୀ ଯୁବ ସେନାର ସାଇରାମ ମହାନ୍ତ, ବିଶ୍ବନାଥ ମହାନ୍ତ, ମିଟୁ ମହାନ୍ତ, ମାନଗୋବିନ୍ଦ ମହାନ୍ତ,ଜଗଦୀଶ ମହାନ୍ତ, କାହ୍ନୁ ମହାନ୍ତ, କୁବେର ମହାନ୍ତ, ରବିନ୍ଦ୍ର ମହାନ୍ତ,ସୀତେଶ ମହାନ୍ତ ଛାତ୍ର ସେନା ର ବରୁଣ କୁମାର ମହାନ୍ତ, ଲିପୁନ ମହାନ୍ତ କୁଡୁମୀ ମହିଳା ସେନା ର ସୁଜାତା ମହାନ୍ତ, ସୁମନା ମହାନ୍ତ, ଶକୁନ୍ତଳା ମହାନ୍ତ, ଗୀତାଞ୍ଜଳି ମହାନ୍ତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ |ଏହି ଅବସରରେ ଚକୁଳିଆ ଠାରେ ଶହୀଦ ନିର୍ମଳ ମାହାତୋଙ୍କର ଏକ ବିଶାଳ ପ୍ରତିମୂର୍ତି ଉନ୍ମୋଚନ କରାଯାଇଥିଲା । ଏହି କାର୍ଯକ୍ରମରେ ଓଡିଶା, ଝାଡ଼ଖଣ୍ଡ, ବିହାର, ବେଙ୍ଗଲ, ଆସାମରୁ ବହୁ ମାତ୍ରରେ ସବୁ କୁଡୁମୀ ଭାଇ ଭଉଣୀ ଯୋଗଦାନ କରିଥିଲେ।
