ଲଗାଣ ବର୍ଷାରେ ଭାଙ୍ଗିଲା ଘର
କ୍ଷତିପୂରଣ ପାଇଁ ଦାବି
ବରଗଡ଼ :୨୪.୦୭(ନି ପ୍ର )ବରଗଡ଼ ବ୍ଲକ ଅନ୍ତର୍ଗତ ନୂଆଁ ସରସରା ଗ୍ରାମ ର ଅନିତା ବାଗ ଙ୍କ ଦୁଇ ବଖରା ମାଟି ଘର ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଛି। ଫଳରେ ସ୍ୱାମୀ ସ୍ତ୍ରୀ ଓ ଛୋଟ ଛୋଟ ଦୁଇ ଝିଅ ବର୍ତ୍ତମାନ ବଡ଼ ଭାଇ ଙ୍କ ଘରେ ଆଶ୍ରୟ ନେଇ ରହୁଛନ୍ତି। ବର୍ଷା ରେ ମାଟି ଘର ଭୁଶୁଡ଼ି ପଡ଼ିଥିବା ରୁ ପ୍ରଭାବିତ ପରିବାର ଅସୁରକ୍ଷିତ ପରିବେଶରେ ଜୀବନ ବିତାଉଛନ୍ତି ।ଏପରି ପରିସ୍ଥିତିରେ ସରକାର ତୁରନ୍ତ କ୍ଷୟକ୍ଷତି ର ଆକଳନ କରି ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ଓ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି ହେଉଛି ।
