ନବଯୌବନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ବନ୍ତ /ଆଗରପଡ଼ା,(ନିପ୍ର) ପ୍ରାୟ ୩ଶହ ବର୍ଷ ପୁରାତନ ତଥା ଜିଲ୍ଲାର ଅନ୍ୟତମ ପ୍ରମୁଖ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଶ୍ରୀଜୀଉମାନଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରି ଆମୃତୃପ୍ତି ଲାଭ କରିଥିଲେ । ଏହାଛଡ଼ା ନେତ୍ର ଉତ୍ସବ ବିଧି ଅନୁଯାୟୀ ସଂପନ୍ନ ହୋଇଥିଲା ।ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସିଂହ ମୁଖ୍ୟ ପୁରୋଧା ଓ ପଣ୍ଡିତ ସଂଗ୍ରାମ କେଶରୀ ସାମନ୍ତରାୟ, ସୁଧୀର ରଥ, ରଘୁନାଥ ପାଣିଗ୍ରାହୀ, ସର୍ବେଶ୍ଵର ପାଣିଗ୍ରାହୀ, ସୌମ୍ୟ ପ୍ରକାଶ ପଣ୍ଡା, ମାନସ ସାମନ୍ତରାୟ, ମନ୍ମଥ ପାଢ଼ୀ, ଜ୍ଞାନରଂଜନ ସାମନ୍ତରାୟ, ଶରତ ସାମନ୍ତରାୟ ପ୍ରମୁଖ ଯଥାରୀତି ପୂଜାର୍ଚ୍ଚନା କରିଥିଲେ । ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗ ଅଧୀନସ୍ଥ ଜଗନ୍ନାଥ ମନ୍ଦିର ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ଯାହାକି ରଥଟଣା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରିବ। ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ଯାଏ ମରାମତି ହୋଇନାହିଁ ଯାହାକି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଉଛି ।
