*ମହିମା ମହାବିଦ୍ୟାଳୟରେ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ* (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ମହାବିଦ୍ୟାଳୟରେ ପ୍ରଥମଥର କରି ଏକ ମେଧା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅଧ୍ୟକ୍ଷ ପ୍ରହଲ୍ଲାଦ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ଜିତେନ୍ଦ୍ରିୟ ଶତପଥୀ ସଂଯୋଜନା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସ୍ଵାଇଁ ୨୦୨୬ ମସିହାରେ +୩ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ବିଭିନ୍ନ ସମ୍ମାନରେ ସଫଳତାର ସହ ସର୍ବୋଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଏବଂ +୨ ସ୍ତରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତକରି ଆଗାମୀ ପିଢୀ ପାଇଁ ଉଦାହରଣ ସ୍ତୃଷ୍ଟି କରିବା ନିମନ୍ତେ ଏହି ଉତ୍ସବ ଆୟୋଜନ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପରିଚାଳନା ପରିଷଦର ସଭାପତି ତଥା ଢେଙ୍କାନାଳ ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କର ଉଦେଶ୍ୟରେ ଦୀକ୍ଷାନ୍ତ ଭାଷଣ ଉପସ୍ଥାପନକରି ବିଭିନ୍ନ ସଫଳ ବ୍ୟକ୍ତି ମାନଙ୍କର ଉଦାହରଣ ପୂର୍ବକ କଠିନ ପରିଶ୍ରମ ଓ ଅଧ୍ୟବ୍ୟସାୟ ବ୍ୟକ୍ତିକୁ ସଫଳତାର ଶୀର୍ଷରେ ପହଞ୍ଚାଇପାରେ ବୋଲି ମତ ରଖିଥିଲେ । ଏହି ଅବସରରେ ଅର୍ଥନୀତି ବିଭାଗର ପ୍ରାଚୀ ପ୍ରିୟଦର୍ଶିନୀ ସାହୁ, ଶିକ୍ଷା ବିଭାଗର ସୁପ୍ରଭା ମହାନ୍ତି, ଇଂରାଜୀ ବିଭାଗର ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ଇତିହାସ ବିଭାଗର ସ୍ନେହଲତା ତ୍ରିପାଠୀ, ଓଡିଆ ବିଭାଗର ବର୍ଷାରାଣୀ ଦାସ, ରାଜନୀତି ବିଜ୍ଞାନ ବିଭାଗର ସୁନିତା ପ୍ରଧାନ, ସଂସ୍କୃତ ବିଭାଗର ପଙ୍କଜିନୀ ରଣା, ସମାଜ ବିଜ୍ଞାନ ବିଭାଗର ଲକ୍ଷ୍ମୀପ୍ରିୟା ବେହେରା, ଉଦ୍ଭିଦ ବିଜ୍ଞାନ ବିଭାଗର ଇପ୍ସିତା ସେନାପତି, ରସାୟନ ବିଜ୍ଞାନ ବିଭାଗର ବର୍ଷାରାଣୀ ସ୍ଵାଇଁ, ପଦାର୍ଥ ବିଜ୍ଞାନ ବିଭାଗର ଶ୍ରୀୟଙ୍କା ପ୍ରିୟଦର୍ଶିନୀ ନାୟକ, ପ୍ରାଣୀ ବିଜ୍ଞାନ ବିଭାଗର ମୋନାଲିସା ପାତ୍ର, ବାଣିଜ୍ୟ ବିଭାଗର ଉମାଶଙ୍କର ନାଥ ସେହିପରି +୨ କଳାର ଦିପ୍ତିମୟୀ ବେହେରା, ବିଜ୍ଞାନର କୃଷ୍ଣପ୍ରିୟା ସାହୁ, ବାଣିଜ୍ୟର ଆମେଲି ବେହେରା, ତଥା ଧନ୍ଦାମୂଳକ ଶିକ୍ଷାର ଅର୍ପିତା ରାଉତ ପ୍ରମୁଖ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ +୩ ଜାତୀୟ ସେବା ଯୋଜନାର ଅଧିକାରିଣୀ ସୁନିଆ ବିଷୋୟୀ, ଜାତୀୟ ସମର ଶିର୍କ୍ଷାର୍ଥୀ ବାହିନୀର ଅଧିକାରୀ ଶ୍ରୀଚନ୍ଦନ ସାଶ୍ମଲ, ଜାତୀୟ ଯୁବ ରେଡ୍ କ୍ରସର ଉପଦେଷ୍ଟା ରଞ୍ଜନ କୁମାର ମହାପାତ୍ର, ଅଧ୍ୟାପକ ସୌମ୍ୟକାନ୍ତ ସାହୁ, ଡକ୍ଟର ଆଇ ଶିବଶଙ୍କର, କାଳନ୍ଦି ଚରଣ ପଣ୍ଡା ପ୍ରମୁଖ ପରିଚାଳନରେ ସହାୟକ କରିଥିଲେ । +୨ ଜାତୀୟ ସେବା ଯୋଜନା ଅଧିକାରିଣୀ ଡକ୍ଟର ଶକୁନ୍ତଳା ଭୂୟାଁ ଆନୁଷ୍ଠାନିକଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହାୟତା କରିଥିଲେ ।
