ଶେଷ ପର୍ଯ୍ୟାୟରେ ଶେରଗଡ ରଥ ପ୍ରସ୍ତୁତି, ରଥ ଖଳା ଚଳଚଞ୍ଚଳ।
ଶେରଗଡ , (ରିପୋର୍ଟ:- ରାଜକିଶୋର ସାବତ, ଭାଞ୍ଜଦୁତ)ଓଡ଼ିଶା ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେରଗଡ ରେ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଆସନ୍ତା ୧୪ ତାରିଖ ରଥ ଯାତ୍ରା ଉତ୍ସବ ପାଳନ ଯଥାରୀତିରେ କରାଯିବ । ରଥଯାତ୍ରାରେ ପ୍ରବଳ ଜନସମାଗମ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଦୁର୍ଘଟଣା କିମ୍ବା ଅଘଟଣ ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀ ସଜାଗ ରହିବେ। ସେଦିନ ସକାଳୁ ପ୍ରଭୁମାନଙ୍କର ବିଶେଷ ପୂଜାର୍ଚ୍ଚନା ଆରମ୍ଭ ହେବ । ଦିନ ୨ ଟାରେ ପହଣ୍ଡି ବିଜେ ହୋଇ ଠାକୁରମାନେ ରଥାରୂଢ଼ ହେବେ। ଅପରାହ୍ନ ୩ଟା ରେ ରାଜା ଶ୍ରୀ ପ୍ରସନ୍ନ ସିଂହ ଦେଓ ଛେରା ପହଁରା କରିବା ପରେ ଘ ୪.୩୦ ମିନିଟ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ସଂଧ୍ୟା ରେ ମାଉସୀ ମା ମନ୍ଦିରକୁ ପ୍ରବେଶ ହେବେ । ରଥ ର ନିର୍ମାଣ କାମ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ରଥ ନିର୍ମାଣ କରୁଥିବା ମହାରଣା ମାନେ କହିଛନ୍ତି। ମାଉସୀ ମା ମନ୍ଦିରରୁ ହେରାପଞ୍ଚମୀ ପରେ ବାହୁଡା ରେ ଠାକୁରମାନେ ମନ୍ଦିରକୁ ପ୍ରବେଶ କରିବେ ବୋଲି ଜଣାପଡ଼ିଛି।
