ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଏସଏମସି କମିଟି ଗଠନ:ମୁରାରି ମୋହନ ମହାପାତ୍ର ହେଲେ ନୂତନ ଅଧ୍ୟକ୍ଷ
————————————-
ମୟୁରଭଞ୍ଜ – ସାରସକଣା,(୧୪/୦୭): ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷଙ୍କ ପତ୍ର ସଂଖ୍ୟା ୭୦୬୩/ଏସ.ଏମ.ସି/୨୬ ଅନୁଯାୟୀ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ଵାରା “ବିଦ୍ୟାଳୟ ପରିଚାଳନା କମିଟି ଗାଇଡଲାଇନ -୨୦୨୬ ଜାରି କରାଯାଇଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧିନସ୍ଥ ରାଜାଲୋକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏସ.ଏମ.ସି ଗଠନର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଚୟନ ନିମନ୍ତେ ବିଦ୍ୟାଳୟ ସଭାଗୃହରେ ଏକ ଜରୁରୀ ବୈଠକ ଦିବା ୧୦ ଘଟିକା ସମୟରେ ଅନୁଷ୍ଠିତ ହେଇଥିଲା | ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସିଂ ଙ୍କ ସଭାପତିତ୍ୱରେ ହୋଇଥିବା ଉକ୍ତ ବୈଠକରେ ପୂର୍ବରୁ ଚୟନ ହେଇଥିବା ସମସ୍ତ ଏସ.ଏମ.ସି ସଦସ୍ୟ ସଦସ୍ୟା ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀଗଣଙ୍କ ସହିତ ସି.ଆର.ସି.ସି ଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହେଇଥିଲା । ବୈଠକରେ ପ୍ରଥମେ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ସିଂ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଶିକ୍ଷକ ଶାନ୍ତନୁ ଦତ୍ତ ନୂତନ ଏସ.ଏମ.ସି କମିଟିର ଅଧ୍ୟକ୍ଷ ଚୟନ ନିୟମ ଉପରେ ମାର୍ଗ ଦର୍ଶନ ଦେଇଥିଲେ । ଏହାପରେ କମିଟିର ସଦସ୍ୟ ରାଜେଶ ନାଏକ ଏସ.ଏମ.ସି ଅଧ୍ୟକ୍ଷ ପାଇଁ ମୁରାରୀ ମୋହନ ମହାପାତ୍ର ଙ୍କ ନାମକୁ ପ୍ରସ୍ତାବ ଦେଇଥିବା ବେଳେ ଉକ୍ତ ପ୍ରସ୍ତାବକୁ ସଦସ୍ୟ ପ୍ରଫୁଲ୍ଲ ପାତ୍ର ସମର୍ଥନ କରିଥିଲେ । ଉକ୍ର ପ୍ରସ୍ତାବକୁ ନେଇ ସମସ୍ତ ସଦସ୍ୟ ଓ ସଦସ୍ୟଙ୍କ ମଧ୍ୟରେ ଭୋଟିଙ୍ଗ କରାଯାଇଥିଲା । ସମସ୍ତ ସଦସ୍ୟ ଶ୍ରୀ ମହାପାତ୍ର ଙ୍କୁ ଏସ.ଏମ.ସି ଅଧ୍ୟକ୍ଷ ଭାବରେ ଭୋଟ ଦେବା ଫଳରେ ଶ୍ରୀ ମହାପାତ୍ର ଙ୍କୁ ଅଧ୍ୟକ୍ଷ ଭାବରେ ସଭାପତି ପୁଷ୍ପାଞ୍ଜଳି ସିଂ ଘୋଷଣା କରିଥିଲେ | ଠିକ ସେହିପରି ନିୟମ ଅନୁଯାଇ ରୀମା ମହାନ୍ତଙ୍କୁ ଉପାଧ୍ୟକ୍ଷା ଭାବେ ଚୟନ କରି ଚୁଡାନ୍ତ ଘୋଷଣା କରାଯାଇଥିଲା।ପୂର୍ବରୁ ଚୟନ ହୋଇଥିବା ନୂତନ କମିଟିର ସଭ୍ୟ ଓ ସଭ୍ୟା ମାନେ ହେଲେ ମୁରାରି ମୋହନ ମହାପାତ୍ର,ରୀମା ମହାନ୍ତ,ଶରତ ଚନ୍ଦ୍ର ମହାପାତ୍ର,ସ୍ୱରୂପ କୁମାର ଦତ୍ତ,ପ୍ରଫୁଲ୍ଲ ପାତ୍ର,ରାଜେଶ ନାଏକ, ରଞ୍ଜିତା ବେହେରା,ଆଭା ରାଣୀ ବାରିକ,କୁନି ମହାନ୍ତ, ନମିତା ମହାନ୍ତ ଏବଂ ସବିତା ସିଂ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସିଂ ଓ ସିନିୟର୍ ଶିକ୍ଷକ ଶାନ୍ତନୁ କୁମାର ଦତ୍ତ ।
ମୟୂରଭଞ୍ଜରୁ ମେନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
