ରଥ ଦାଣ୍ଡଠାରୁ ମାଉସୀ ମା ମନ୍ଦିର ପଯ୍ୟନ୍ତ ରାସ୍ତା ସାରା ଖାଲ, ରଥ ଟଣା କେମିତି ହେବ
.ବନ୍ତ / ଆଗରପଡା,(ନିପ୍ର) ପ୍ରାୟ ୩ଶହ ବର୍ଷର ପୁରାତନ ତଥା ଜିଲ୍ଲାର ଅନ୍ୟତମ ପ୍ରମୁଖ ଆଗରପଡ଼ା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ମାତ୍ର ଏଥର ରଥଟଣା କାର୍ଯ୍ୟରେ ରାସ୍ତା ସମସ୍ୟା ବାଧକ ସାଜିବ । ଜଗନ୍ନାଥ ମନ୍ଦିର ଠାରୁ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ପୂର୍ତ୍ତ ବିଭାଗ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି । ଏହାଛଡ଼ା ରାସ୍ତା ପାର୍ଶ୍ଵରେ ଥିବା ଗଛ ଡାଳ ଗୁଡ଼ିକ ଅଧା ରାସ୍ତାକୁ ମାଡ଼ି ଆସିଛି । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ପକ୍ଷରୁ ଡାଳ କଟାଯିବା ସହ ରାସ୍ତା ମରାମତି କରାଯାଇଥାଏ । ଏହି ସମସ୍ୟା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ବାରମ୍ୱାର ଯୋଗାଯୋଗ କରା ଯାଇଥିଲେ ମଧ୍ୟ ଏହି ସମସ୍ୟାର ସୁଧାର ଆସି ପାରି ନ ଥିବାର ମନ୍ଦିର ମୁଖ୍ୟ ପୁରୋଧା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ ଅଭିଯୋଗ କରିବା ସହ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେ ଦାବୀ କରିଛନ୍ତି ।
