ଅଙ୍ଗନୱାଡି ଗୃହ ନିର୍ମାଣକୁ ନେଇ ବ୍ଲକ ଘେରାଉ l
କୁନିକୁନି ଶିଶୁଙ୍କୁ ସାମିଲ କରିବା ପଡିଛି ମହାଙ୍ଗା l
ଏକାଧିକ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ l
ଜଗନ୍ନାଥ ପ୍ରସାଦ,୧୧/୭-(ଶିବରାମ ଚୌଧୁରୀ )-ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଚାରିକୋଣିଆ ଓ ପାଟଣା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣକୁ ନେଇ ଦୀର୍ଘ ଛଅ ମାସରୁ ଉର୍ଦ୍ଧ ସମୟ ଧରି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା l ଗୋଟିଏ ପକ୍ଷରେ ୨୦୧୩ମସିହାରୁ ଚାରିକୋଣିଆ ଗୌଡ଼ ସାହିରେ ଅସ୍ଥାୟୀ କୋଠ ଘରେ ଅଙ୍ଗନୱାଡି କେନ୍ଦ୍ର ଚାଲୁ ରହିଥିବା ବେଳେ ସ୍ଥାୟୀ କୋଠା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ l ଗ୍ରାମବାସିଙ୍କ ଉପସ୍ଥିତିରେ ଜାଗା ଚିନ୍ହଟ ପରେ କୋଠା ନିର୍ମାଣ ପାଇଁ ଲେଆଉଟ ଦିଆଯାଇଥିଲା l ତେବେ ଏହାକୁ ବିରୋଧ କରି ଜଗନ୍ନାଥ ପାଟଣା ନାମରେ କେନ୍ଦ୍ର ନା ରହିଥିବାରୁ ଜଗନ୍ନାଥପାଟଣା ଲୋକେ କେନ୍ଦ୍ର କୋଠା ଘର ନିଜ ଗ୍ରାମରେ କରିବା ଉଦ୍ୟେଶରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ l
ପୁଣି ଜିଲ୍ଲାପାଳଙ୍କ ନିର୍ଦେଶ ପ୍ରକାରେ ଯଥାଶୀଘ୍ର ଜାଗା ଚିହ୍ନଟ ପାଇଁ ବ୍ଲକ ପ୍ରଶାସନ ଉପରେ ଚାପ ପଡିବା ଯୋଗୁଁ ଜୁଲାଇ ୧ରିଖରେ ପ୍ରସ୍ଥବିତ ଜାଗା ଉପରେ ଜେଇ, ବିଡ଼ିଓଙ୍କ ଉପସ୍ଥିତ ରହି ପିଲର ଗାତ ଖୋଳା ଯାଇଥିଲା l ଏହାକୁ ବିରୋଧ କରି ଗତ ଜୁଲାଇ ୨ରିଖରେ ଚାରିକୋଣିଆ ଗୌଡ଼ ସାହିର ୫୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା କୁନିକୁନି ଶିଶୁ ମାନଙ୍କୁ ସାଥିରେ ଧରି ରାଲିରେ ଆସି ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ l ଉପସ୍ଥିତି ବିଡିଓ ଧାରଣରତଙ୍କ ମଧ୍ୟରୁ ଦୁଇ ଜଣକୁ ଡାକି କେନ୍ଦ୍ର କୋଠା ନିର୍ମାଣ ସମ୍ପର୍କିତ ଆଲୋଚନା କରିଥିଲେ l ଶେଷରେ ଉଚ୍ଚନ୍ୟାୟାଳୟ ନିର୍ଦେଶ ଆସିବା ପରେ କୋଠା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବା କହିବାରୁ ଗ୍ରାମବସି ଶୃଙ୍ଖଳା ସହିତ ଗାଁକୁ ଫେରିଯାଇଥିଲେ l
ଆଜି ହଠାତ ଜିଲ୍ଲାପାଳ ଗଞ୍ଜାମଙ୍କ ନିର୍ଦେଶ ପ୍ରକାରେ ଉପ-ଜିଲ୍ଲାପାଳ ଭଞ୍ଜନଗରଙ୍କ ନିର୍ଦେଶରେ ଚାରିକୋଣିଆ ଗୌଡ଼ ସାହି ଗ୍ରାମ୍ୟବାସୀଙ୍କ ଉପରେ ଏକ ମାମଲା ରୁଜୁ ହୋଇଛି l ଆଇନ ବିରୋଧି କାର୍ଯ୍ୟ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନ କରି ବ୍ଲକ ପରିସରରେ ପଶି ଶୃଙ୍ଖଳ ଭଙ୍ଗ କରିବା,ଧାରଣା ଦେବା,ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ପାଇଁ କୁନିକୁନି ପିଲାଙ୍କୁ ଏଥିରେ ସାମିଲ କରିବା ଅଭିଯୋଗରେ ସ୍ଥାନୀୟ ବିଡ଼ିଓ ମନ୍ମଥ ନାଥ ମଲ୍ଲିକ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି l କେସ ନମ୍ବର ୨୬୪/୨୬ ଓ ଦଫା ୧୨୬/୨, ୧୯୦, ୨୨୧, ୯୫, ୮୩ ଶିଶୁ ସୁରକ୍ଷା ଆଇନ ପ୍ରକାରେ ଗ୍ରାମର ୨୧ଜଣରୁ ଉର୍ଦ୍ଧ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି l
