ଝାରପୋଖରିଆ ଥାନାର ନୂତନ ଆଇଆଇସି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
___________________
ସାରସକଣା,(୧୧/୭/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାରେ ଆଇ.ଆଇ.ସି ସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଏହି ଥାନାରେ ପୂର୍ବରୁ ଆଇ.ଆଇ. ସି ଥିବା ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ ବଦଳି ହୋଇ ବାଲେଶ୍ଵର ଜିଲ୍ଲାକୁ ଯାଇଛନ୍ତି । ତାଙ୍କ ସ୍ଥାନରେ ନୂତନ ଆଇ.ଆଇ. ସି ଭାବେ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଝାରପୋଖରିଆ ଥାନାର ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ସାରସକଣା ବ୍ଲକ ଅଞ୍ଚଳବାସୀ ଶୁଭେଚ୍ଛା ସହିତ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଝାରପୋଖରିଆ ଥାନା ଅଞ୍ଚଳରେ ଜନସାଧାରଣଙ୍କ ଧନଜୀବନ ରକ୍ଷା, ଅଞ୍ଚଳରେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କରିବା ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସାଧାରଣ ଲୋକଙ୍କୁ ପୋଲିସ ନ୍ୟାୟ ସେବା ପ୍ରଦାନ କରିବା ଦିଗରେ ନିଜର କର୍ତ୍ତିବ୍ୟ ଜାରି ରଖିବି ବୋଲି ମତବ୍ୟକ୍ତ ପ୍ରକାଶ କରିଛନ୍ତି। ସାରସକଣାରୁ ଅନିଲ କୁମାର ସାହୁଙ୍କ ଭଞ୍ଜଦୁତ ଖବର ରିପୋର୍ଟ।
