ଅନନ୍ତପୁର ଥାନାରୁ ଅଭିଯୁକ୍ତ ଚମ୍ପଟ ପରେ ପୁଣି ଧରାପଡ଼ିଲା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ଅନନ୍ତପୁର ଥାନା ରୁ ଚମ୍ପଟ ଅଭିଯୁକ୍ତ ପୁଣି ଥରେ ଧରା ପଡିଛି।ଅସାଦାଚରଣ ଅଭିଯୋଗରେ ଅଟକ ଥିବା ଜଣେ ଅଭିଜୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଅନନ୍ତପୁର ଥାନା ଅଧିନ ଉପରଆଡ଼ିଆ ଅଂଚଳର ଗଣେଶ ମୁଣ୍ଡା (୨୬) ନାମକ ଜଣେ ଯୁବକ ଘର ନିକଟରେ ଜଣେ ନାବାଳିକାଙ୍କୁ ଅସାଦାଚରଣ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରି ଅନନ୍ତପୁର ଥାନାରେ ଜିମା ଦେଇଥିଲେ। ପରେ ପୁଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପୋଲିସ ଅବହେଳାରୁ ଅପରାହ୍ନରେ କୌଶଳ ବଶତଃ ଗଣେଶ ଥାନାରୁ ଚମ୍ପଟ ମାରିଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ଶେଷରେ ଗଣେଶକୁ ଧରିବାରେ ସକ୍ଷମ ହୋଇଥିଲା। ପୋଲିସ ୧୭୧/୨୬ମୂଳେ କେସ ରୁଜୁ କରି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।
