ନାଳୁଆ ପୋଷ୍ଟାଲ ଇନ୍ସପେକ୍ଟର ଗିରଫ
ତାଳଚେର ୮/୭(ନିପ୍ର) ତାଳଚେର ପୋଷ୍ଟାଲ ଇନ୍ସପେକ୍ଟର ତାଙ୍କ ମହିଳା ସହକର୍ମୀଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି ଅଶୋଭନୀୟ ବ୍ୟବହାର କରିବା ଅଭିଯୋଗରେ ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଷ୍ଟାଲ ଇନ୍ସପେକ୍ଟର ରାଜେନ୍ଦ୍ର ପ୍ରସାଦ ଦାସ (୫୦) ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ବାରମ୍ବାର ଏଭଳି ହଇରାଣ ହରକତ କରିବା ସହ ତାଙ୍କୁ ମୋବାଇଲ୍ ରେ ଅଶିଳ ଫୋଟ ଦେଖାବା, ବିଭିନ୍ନ ପ୍ରକାରର ଅଶଳୀନ ଇଙ୍ଗିତ କରିବା ଓ ଉଦେଶ୍ୟ ମୁଳକଭାବେ ହଇରାଣ ହରକତ କରିବାରୁ ସମ୍ପୃକ୍ତ ମହିଳା କର୍ମଚାରୀ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଟାଉନ୍ ଥାନା ପକ୍ଷରୁ ତଦନ୍ତ କରାଯାଇ ପୋଷ୍ଟାଲ ଇନ୍ସପେକ୍ଟରଙ୍କୁ ୧୨୬(୨) ୩୫୧(୨)୭୫(୨)୭୮(୨)୭୯(ବିଏନ୍ ଏସ) ଦଫା ଲଗାଇ ଗିରଫ କରିଥିବା ପୋଲିସ ସୁତ୍ରରୁ ଜଣାପଡିଛି। ତେବେ କୋର୍ଟ ରେ ଜାମିନ୍। ନାମଞ୍ଜୁରୀ ହେବାରୁ ଜେଲ୍ କୁ ପଠାଇ ଦିଆଯାଇଛି। ଏହି ବାବୁ ଜଣକ ପୂର୍ବରୁ ଅନୁଗୋଳ ଜିଲ୍ଲାରେ ଏଭଳି ଘଟଣା ଘଟାଇ ହଟହଟା ହୋଇଥିବାରୁ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା କୁହାଯାଉଛି।
