*ରାସ୍ତା ନିର୍ମାଣ ନାଁ ରେ ଲକ୍ଷ ଲକ୍ଷ ହରିଲୁଟ l*
ଯାଜପୁର ଦାନଗଦି ଭଞ୍ଜଦୁତ ବ୍ୟରୋ : ନିକଟରେ ନିର୍ମାଣ ହଇଥିବା କଂକ୍ରିଟ ଓ ପିଚୁ ରାସ୍ତା ଉପରେ ପୁଣି ପିଚୁ ରାସ୍ତା ନିର୍ମାଣ ଚାଲିଛି. ହେଲେ କାମର ଯାଞ୍ଚ କରିବାକୁ ବିଭାଗୀୟ ଜେଇ ଅନୁପସ୍ଥିତ ଥିବାବେଳେ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ ଘଟଣା ବୁଦ୍ଧିଜୀବୀ ଙ୍କ ସହ ଅଞ୍ଚଳବାସିଙ୍କୁ ବ୍ୟଥିତ କରୁଛି. ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ରାଛିପୁର ସନ୍ନିକୋଟରୁ ଖଣ୍ଡାହତା ପର୍ଯ୍ୟନ୍ତ ଏହି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି. ବିନା ସୂଚନା ଫଳକ ସହ କାମର ମାନ ଯାଞ୍ଚ ନ କରାଯାଇ ଏହି କାର୍ଯ୍ୟ ଧର୍ମଶାଳା ଅଞ୍ଚଳର ଜୈନେକ ଠିକାଦାର କରୁଥିବା ଅଭିଯୋଗ ହେଉଛି. ସୂଚନା ଫଳକ ନ ଲଗାଇ ବ୍ୟୟ ଅଟକଳ ର ପରିମାଣ ସମ୍ପର୍କ ରେ ସର୍ବସାଧାରଣକୁ ଅନ୍ଧାରରେ ରଖି ଏହି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି. ଭଲ ରାସ୍ତା ଉପରେ ଚିପ୍ସ ଢାଳି ପିଚୁ ରାସ୍ତା କରାଯାଉଛି. ଘଟଣାସ୍ଥଳ ରେ ବିଭାଗୀୟ ଜେଇ, ଏସଡିଓ ଙ୍କ ଅନୁପସ୍ଥିତ କାମର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ରେ ଠିକାଦାର ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷ ରୁ ଲୁଟିନେବାକୁ ବସିଥିବା ଅଛଳରେ ଚର୍ଚ୍ଚା ଜୋର ଧରିଛି.ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ରାଛିପୁର ଙ୍ଗା ନିକଟ ଦେଇ ଯାଇଥିବା ଏହି ରାସ୍ତା ନିକଟରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଏହା ଉପରେ ପୁନଃ କାର୍ଯ୍ୟ ଆରମ୍ଭ ହେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଯାଜପୁରରୋଡ଼ ଠାରୁ ଜୋକୋଡ଼ିଆ କୁ ସଂଯୋଗ କରୁଥିବା ଏହି ରାସ୍ତା ର ମଝିରେ ବିନା ସୂଚନା ଫଳକ ରେ ବର୍ଷା ସମୟରେ ରାସ୍ତା ନିର୍ମାଣ ଘଟଣା ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳବାସି କୁ ବିସ୍ମିତ କରୁଛି. ସ୍ଥାନୀୟ ଜେଇ, ଏସଡିଓ ଜିଲ୍ଲା ପ୍ରଶାସନ ଗୁପ୍ତ ବୁଝାବଣା ଆଧାରରେ ଏଭଳି କାର୍ଯ୍ୟ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି. ଏଥିପ୍ରତି ଯାଜପୁର ଜିଲ୍ଲାପାଳ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ରାସ୍ତା କାର୍ଯ୍ୟ ର ମାନ ଯାଞ୍ଚ କରିବା ସହ ବିନା ସୂଚନା ଫଳକ ରେ କାର୍ଯ୍ୟକରୁଥିବା ଠିକାଦାର ଓ କାର୍ଯ୍ୟାଦେଶ ଦେଇଥିବା ଅଧିକାରୀ ଙ୍କୁ ଚାକିରିରୁ ନିଲୋମ୍ବନ କରିବାକୁ ସିଭିଲ ସୋସାଇଟି ଯାଜପୁର ସହ ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି. ନଚେତ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି.
