ମହିଳା ନିଖୋଜ ନେଇ ଥାନା ରେ ଅଭିଯୋଗ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ରେ ଜଣେ ମସ୍ତିଷ୍କ ବିକୃତି ମହିଳା ନିଖୋଜ ନେଇ ଥାନା ରେ ଲିଖିତ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲାର ଜଡିଦା ପଞ୍ଚାୟତ ନରସିଘଂନଗର ଗ୍ରାମର ପଦ୍ମାବତୀ ପୃଷ୍ଟି (୫୫)ଗତ ଜୁନ୍ ୨୩ ତାରିଖ ମଧ୍ୟାହ୍ନ ପାଖରୁ ନିଖୋଜ ହୋଇ ଯାଇଛନ୍ତି। ତାଙ୍କ ବନ୍ଧୁ ବାନ୍ଧବ ତଥା ସାହି ପଡିଶା ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିବା ପରେ ନମିଳିବାରୁ ଗତ ୨୯ ତାରିଖ ଦିନ ପଦ୍ମାବତୀ ଙ୍କ ଭାଇ ଅର୍ଜୁନ ସାହୁ ଏବଂ ପୁଅ ନିତ୍ୟାନନ୍ଦ ପୃଷ୍ଟି ଓ ସାନ ଯା ସାବିତ୍ରୀ ପୃଷ୍ଟି ସୋର ଥାନା ରେ ଅଭିଯୋଗ କରିଛନ୍ତି। ସେ ଯିବା ସମୟରେ ଏକ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ଥିବା ବେଳେ ତାଙ୍କ ଉଚ୍ଚତା ୪ଫୁଟ ୫ଇଞ୍ଜ ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ଯଦି କେହି ବ୍ୟକ୍ତି ତାଙ୍କର ଠିକଣା ପାଆନ୍ତି ତେବେ ୯୭୭୬୯୦୯୪୨୦ , ୯୯୩୭୦୧୮୫୩୭ ଏବଂ ୮୦୯୩୧୫୧୩୭୩ ମୋବାଇଲ ନମ୍ବର ରେ ଯୋଗାଯୋଗ କରିବା ପାଇଁ ପରିବାରବର୍ଗ ନିବେଦନ କରିଛନ୍ତି
