ନାଉପାଳ ଗ୍ରାମ ରେ ରଜ ମହୋତ୍ସବ ଉଦଯାପିତ
ବିଂଝାରପୁର……ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ନାଉପାଳସ୍ଥିତ ପ୍ରସିଦ୍ଧ ଭାଗବତ ଗୋସ୍ୱାମୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ରଜ ମହୋତ୍ସବ-୨୦୨୫ ଉଦଯାପିତ ହେଇ ଯାଇଅଛି। ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରଜ ମହୋତ୍ସବ କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ର ଅନ୍ତିମ ସଂଧ୍ଯା ରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ନେଇ ନ୍ରୁତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସିଂହପୁର ଗ୍ରାମର ଆକାଂକ୍ଷା ବେହେରା ଙ୍କୁ ନଗଦ ୨୦୦୦ଟଙ୍କା , ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ନାଉପାଳ ଗ୍ରାମର ସ୍ୱତସ୍ୱିନୀ ବେହେରା ଙ୍କୁ ନଗଦ ୧୫୦୦ଟଙ୍କା, ତ୍ରୁତୀୟ ସ୍ଥାନ ଅଧିକାର କରିଥିବା ଶ୍ରଦ୍ଧା ସୁମନ ସାହୁଙ୍କୁ ନଗଦ ୧୦୦୦ଟଙ୍କା ଏବଂ ୪ର୍ଥ ରୁ ୧୦ମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପ୍ରତିଯୋଗୀ ଙ୍କୁ ନଗଦ ୫୦୦ ଟଙ୍କା ଓ ଟ୍ରଫି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମର ଶେଷରେ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମର ରବିନ୍ଦ୍ର କୁମାର ପଣ୍ଡା,ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବରିଷ୍ଠ ମଞ୍ଚ କଳାକାର ତଥା ନିର୍ଦ୍ଦେଶକ ଚନ୍ଦ୍ରମଣୀ ବାରିକ୍,ବିଶିଷ୍ଟ ନ୍ରୁତ୍ୟ ଗୁରୁ ସନାତନ ସାହୁଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମଟିକୁ ରାମେଶ୍ୱର ବାରିକ୍ ଓ ବିକାଶ କୁମାର ସାହୁ ପରିଚାଳନା କରିଥିବା ବେଳେ ଜୟନ୍ତ କୁମାର ସାହୁ,ସୁସାନ୍ତ କୁମାର ସାହୁ, ଅରୁପ କୁମାର ସାହୁ, ସ୍ୱରୂପ କୁମାର ସାହୁ, ପ୍ରେମାନନ୍ଦ ସାହୁ, ଭାଗବତ ସାହୁ, ସୁବ୍ରତ କୁମାର ସାହୁ, ରତିକାନ୍ତ ସାହୁ, ଭୀମସେନ ସାହୁ,ଶ୍ରୀକାନ୍ତ ସାହୁ, ବିଜୟ ରୟ, ମାଧବାନନ୍ଦ ଦାସ,ଗୌତମ ବାରିକ୍ ପ୍ରମୁଖ ସହଯୋଗ କରିଥିଲେ। ଆଖପାଖ ଅଞ୍ଚଳର ହଜାରରୁ ଅଧିକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
