ବଡସାହି,…- ରଜ ଅବସରରେ ବଡସାହି ବ୍ଲକ ଅଧିନ ଦେଉଳିଆ ପଂଚାୟତ ବଗିଚା ବାଢିରେ ଏକ ଧରାବାଗୁଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କୌଶଲ୍ୟା ମେମୋରିଆଲ କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତା ଚଳିତ ବର୍ଷ ୭୪ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ଏହା ୩ଦିନ ଧରି ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳରେ ୧୬ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଉନ୍ନତ ଖେଳ ପ୍ରଦର୍ଶନ କରି ବାଲେଶ୍ବର ଓ ପୁରୁଣାପାଣି ଦଳ ଫାଇନାଲକୁ ଉନ୍ନିତ ହୋଇଥିଲେ । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ ବାଲେଶ୍ବର ଦଳ ୬ ଫଏଟରେ ପୁରୁଣାପାଣି ଦଳକୁ ହରାଇ ଚଳିତ ବର୍ଷ ଚମ୍ପିଆନ ହୋଇଛି । ଏହି ଅବସରରେ ଅନୁଷ୍ଠିତ ପୁରଷ୍କାର ବିତରଣୀ ଉତ୍ସବରେ ସମିତିସଭ୍ୟ ନିହାର ରଂଜନ ମହାପାତ୍ର ସଭାପତିତ୍ବ କରିଛନ୍ତି । ମୂଖ୍ୟଅତିଥି ଭାବେ ଇଂଜିନିୟର ପୂର୍ବଚନ୍ଦ୍ର ହେମ୍ବ୍ରମ୍ବ
ଯୋଗ ଦେଇ ଖେଳାଳିମାନଙ୍କ ସହିତ ପରିଚିତ ହେବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳ ୭୪ବର୍ଷରେ ପଦାର୍ପଣ କରିଥିବାରୁ କମିଟିର କର୍ମକର୍ତାମାନଙ୍କୁ
ପ୍ରଶଂସା କରିବା ସହିତ ଚମ୍ପିଆନ ଦଳକୁ, ଖାସି ଓ ରନର୍ସଅପ୍ ଦଳକୁ ୩ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ।
ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥି ମାନେ ପୁରସ୍କୃତ କରିଥିଲେ । ଆସନ୍ତା ବର୍ଷ ୭୫ବର୍ଷର ପୂର୍ତ୍ତିକୁ କିପରି ଧୂମଧାମରେ ପାଳନ କରାଯିବ ସେଥିପାଇଁ ଅତିଥିମାନେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେଇଥିଲେ।
କୌଶଲ୍ୟ ମେମୋରିଆଲର ସମ୍ପାଦକ ନୀଳକଣ୍ଠ ସବୁଆଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଦସ୍ୟ ଅସିତ କୁମାର ସଦୁଆଳ, ନିରାକର ସଦୁଆଳ ଓ ରାଧାଗୋବିନ୍ଦ ଦେହୁରୀ ଖେଳ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଜୀବ କୁମାର ସଦୁଆଳ, ବ୍ରହ୍ମାନନ୍ଦ ସଦୁଆଳ, ଅନଙ୍ଗଭୂଷଣ ସଦୁଆଳ, ସୁଧୀର ସଦୁଆଳ, ଗଣେଶ୍ବର ମହାପାତ୍ର, ମନୋରଂଜନ ସଦୁଆଳ, ରେଣ୍ଟା କିସ୍କୁ, ସରୋଜ ଦେହୁରୀ, କାହ୍ନୁ ନାଏକ, ଟୁନୁ ନାଏକ, ସନାତନ ଦେହୁରୀ, ଗିଲ ଦେହୁରୀଙ୍କ ସମେତ
କ୍ଲବର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।
