ସ୍ତ୍ରୀ କୁ ଶାବଳ ରେ ଭୁଷି ଭୁଷି ମାରିଦେଲା ସ୍ୱାମୀ
ବିଞ୍ଝାରପୁର ୧୭ I୬ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ଗତକାଲି ପୁଣି ଘଟିଛି ଏକ ଲୋମହର୍ଷଣ କାରୀ ହତ୍ୟା କାଣ୍ଡ । ଘଟଣା ମୁତାବକ ବିଞ୍ଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁହଁ ପଞ୍ଚାୟତ ବାଣପୁର ଗାଁ ରବିବାର ବିଳମ୍ବିତ ରାତ୍ରୀରେ ଘଟିଛି ଅଘଟଣ । ସ୍ତ୍ରୀକୁ ଶାବଳରେ ଭୁଷି ଭୁଷି ହତ୍ୟା କରିଛି ସ୍ୱାମୀ । ଘଟଣା ଚକ୍ରରେ ସୁଦାମ ମଲ୍ଲିକ ଏବଂ ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ମଲ୍ଲିକ (୪୨) ଓ ଉଭୟ ରାତ୍ରି ଭୋଜନ ସାରି ସାଙ୍ଗ ହୋଇ ଶୋଇବା କୁ ଯାଇଥିଲେ । ଶୋଇବା ଘର ମଧ୍ୟରେ ମଧ୍ୟରାତ୍ରରେ ଉଭୟଙ୍କ ମଧ୍ୟରେ ବଚସା ହେବା ଦ୍ୱାରା ସ୍ୱାମୀ ନରହନ୍ତା ପାଲଟି ସ୍ତ୍ରୀ ଶାନ୍ତିଲତାକୁ ଶାବଳ ଦ୍ୱାରା ବାରବାର ଆଘାତ କରି ହତ୍ୟା କରିଥିଲେ । ଚ଼ିତ୍କାର ଶୁଣି ଅନ୍ୟ ରୁମରେ ଥିବା ମା ନିରୁପାୟ ହୋଇ ସୁଦାମର ସାନ ଭାଇ କୁ ଡାକ ଛାଡିଥିଲେ । ସୁଦାମର ସାନ ଭାଇ ପହଞ୍ଚି ବହୁ ଅନୁରୋଧ କଲା ପରେ ସୁନାମର ଘରର କବାଟ ଖୋଲିଲା ପରେ ରକ୍ତ ଜୁଡୁବୁଡୁ ହୋଇ ପଡ଼ି ରହିଥିବା ଶାନ୍ତି ଲତାଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକ ଏକ ଅଟୋ ରିକ୍ସା ସାହାଯ୍ୟରେ ବୋହି ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଞ୍ଝାରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମୃତ ଶାନ୍ତିଲତା ଙ୍କ ହତ୍ୟାକାରୀ ସ୍ୱାମୀ ସୁଦାମ କୁ ଗିରଫ କରି ଥାନା କେସ ନଂ୨୮୧ /୨୫ ଏକ ମାମଲା ରୁଜୁ କରି ଅଭିଯୁକ୍ତର ଡ଼ାକ୍ତରୀ ମଇନା କରି କୋର୍ଟ ଚ଼ାଲାଣ କରିଛି । ଅନ୍ୟପକ୍ଷେ ଏହି ପରି ହତ୍ୟାକାଣ୍ଡ ପଛରେ କଣ ରହିଛି କାରଣ ତଦନ୍ତ ଚାଲିଛି ବୋଲି ବିଞ୍ଝାରପୁର ଥାନା ଅଧିକାରୀ କହିଛନ୍ତି ।
