ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
ବରଗଡ଼,: ୨୫.୦୬.(ନି ପ୍ର )ବରଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମୃତା ସାହୁ ଆଜି ବରଗଡ଼ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପରିଦର୍ଶନ କରିଥିଲେ ।
ପରିଦର୍ଶନ ସମୟରେ ସେ ପ୍ରାର୍ଥନା ସଭାରେ ଯୋଗଦେଇ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ଅବଲୋକନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିସ୍ ଶାନ୍ତି ସୁନାଙ୍କ ସହ ସେ ଶ୍ରେଣୀଗୃହ ପରିଦର୍ଶନ କରି ଶିକ୍ଷାଦାନ ପ୍ରକ୍ରିୟା ନିରୀକ୍ଷଣ କରିଥିଲେ। ଏହାସହିତ ଛାତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କର ପଠନ, ଲିଖନ ଦକ୍ଷତା ଓ ବିଭିନ୍ନ ବିଷୟ ପ୍ରତି ବୁଝାମଣାର ଆକଳନ କରିଥିଲେ।
ଶ୍ରୀମତୀ ସାହୁ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଶିକ୍ଷାଦାନରେ ସହପାଠୀ ଶିକ୍ଷଣକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ସାହୁ ଛାତ୍ରୀମାନଙ୍କୁ ନିୟମିତ ପାଠପଢ଼ା ଓ ଶ୍ରେଣୀଗୃହ କାର୍ଯ୍ୟକଳାପରେ ସକ୍ରିୟ ଭାଗ ନେବାକୁ ଉତ୍ସାହିତ କରିଥିଲେ।
ଶ୍ରୀମତୀ ସାହୁ ବିଦ୍ୟାଳୟ ପରିସରର ପରିଚ୍ଛନ୍ନତା ଏବଂ ଅନ୍ୟାନ୍ୟ ସୁବିଧାର ମଧ୍ୟ ନିରୀକ୍ଷଣ କରିଥିଲେ। ବିଦ୍ୟାଳୟର ସୁନ୍ଦର ଶିକ୍ଷାନୁକୂଳ ପରିବେଶ ଦେଖି ବିଦ୍ୟାଳୟ ପରିବାରକୁ ପ୍ରଶଂସା କରିଥିଲେ।
ପରିଶେଷରେ ଶ୍ରୀମତୀ ସାହୁ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଏବଂ ବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି ପାଇଁ ଶୁଭେଚ୍ଛା ଜଣାଇଥିଲେ। ଗୁଣାତ୍ମକ ଶିକ୍ଷା ଓ ଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ସମ୍ପର୍କିତ ଆଲୋଚନା ସହ ପରିଦର୍ଶନ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
